ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ

0
212
ପୂର୍ବତନ ମୁଖ୍ୟମନ୍ତ୍ରୀ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା. (୨୧/୦୪) : ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ।751313d0 aadd 4cf5 9a0a 9b894cd5e55f ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଅକ୍ଷ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ତ୍ରିପାଠୀଙ୍କ ଜୀବନ ଅଦର୍ଶ ଗୁଣାବଳୀ ଉପରେ ଆଲୋକପାତ କରି ତାଙ୍କର ସ୍ମରଣୀୟ କାର୍ଯ୍ୟକଳାପ ଦୁଡିକ ଲିପିବୋଧ କରି ସାଇତି ରଖିବା ପାଇଁ ପରିବାକୁ ଆହ୍ୱାନ କରିଥିଲେ l

ବୈଠକରେ ସମ୍ମାନୀତ ଅତିଥି ନଗରପାଳ ଶ୍ରୀ ମହେଶ ପଟ୍ଟନାୟକ, ମୁଖ୍ୟବକ୍ତା ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ସମ୍ମାନୀତ ଅତିଥି ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଜଳନ୍ଦର ପୁଷିକା ଯୋଗଦାନ କରି ଡଃ. ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l45192ba9 cf8b 4729 8afd d51c6c83250d ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଶିକ୍ଷବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ନିଜର ବକ୍ତବ୍ୟରେ ଡଃ. ସଦାଶିବ ତ୍ରିପାଠୀଙ୍କ ନିଷ୍ଠାପର, ସାଧୁତା, ନିଶ୍ୱାର୍ଥପରତା, ଶାନ୍ତ ସରଳ ଜୀବନ ପାଇଁ ସମସ୍ତ ଓଡିଶା କାହିଁକି ଭାରତ ବର୍ଷର ରାଜନୈତିକ ବ୍ୟକ୍ତିତ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଥିଲେ ।

ସେହିପରି ସମlନ୍ୱିତ ଅତିଥି ଶ୍ରୀ ପୂସିକା, ସାମ୍ବାଦିକ ଅମୁଲ୍ୟରତ୍ନ ସାହୁ, ରାୟଗଡ ମହାବିଦ୍ୟାଳୟର ଛାତ୍ର ଡ଼ଃ ତ୍ରିପାଠୀଙ୍କ ଜୀବନ ଆଦର୍ଶ ଗୁଣାବଳି ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ, ରାୟଗଡ ସ୍ଵୟଂ ଶlସିତ ମହାବିଦ୍ୟାଳୟର ଅଧ୍ୟlପାକ ଶ୍ରୀ ଉଦୟ ନାଏକ ସଂଯୋଜନା କରିଥିଲେ l