ଦଳିତ ଆଦିବାସୀ ମାନଙ୍କୁ ଵଜରଙ୍ଗ ଦଳ ପକ୍ଷରୁ ଆକ୍ରମଣ ପ୍ରତିବାଦରେ ଜନ ପ୍ରତିରୋଧ

0
195
ଦଳିତ ଆଦିବାସୀ

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣୁପୁର, (୨୧/୦୪) : ରାୟଗଡା ଜିଲ୍ଲା ଗୁଣପୁର ଠାରେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି ତରଫରୁ ଵରଗଡରେ ଆମ୍ବେଦକର ଜୟନ୍ତୀ ଦିନ ଦଳିତ ଆଦିବାସୀ ମାନଙ୍କୁ ଵଜରଙ୍ଗ ଦଳ ର ଗୁଣ୍ଡା ମାନେ ଆକ୍ରମଣ କରିବା ପ୍ରତିବାଦରେ ଏକ ଜନ ପ୍ରତିରୋଧ ସଭାର ଆୟୋଜନ କରାଯାଇଛି ।

ସି.ପି.ଆଇ (ଏମ.ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଆଜି ଶତାଧିକ ମହିଳା ଓ ପୁରୁଷ କର୍ମି ଗୁଣପୁର ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶାନ୍ତି ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ଆଦିବାସୀ ମାନଙ୍କୁ ଵଜରଙ୍ଗ ଦଳ ପକ୍ଷରୁ ଆକ୍ରମଣ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ ଏବଂ ମହା ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।aecaa47e 29e1 42a7 8010 821543e2a69f ଦଳିତ ଆଦିବାସୀ ମାନଙ୍କୁ ଵଜରଙ୍ଗ ଦଳ ପକ୍ଷରୁ ଆକ୍ରମଣ ପ୍ରତିବାଦରେ ଜନ ପ୍ରତିରୋଧ

ଏପ୍ରିଲ ୧୩ ତାରିଖରେ ଆମ୍ବେଦକର ଯୁବ ଭାଇମାନେ ଲଗାଇଥିବା ପୋଷ୍ଟର, ବ୍ୟାନର ଗୁଡିକ ଵଜରଙ୍ଗ ଦଳ ର ଗୁଣ୍ଡା ମାନେ ଚିରି ଫୋପାଡି ଦେବାର ଵିଷୟକୁ ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଏଵଂ ଯାହା ଫଳରେ ଵରଗଡ ଜିଲ୍ଲାର ଗୋଡଭଗା ଠାରେ ଚଳିତ ମାସ ୧୪.୪.୨୨ ତାରିଖରେ ଆମ୍ବେଦକର ଜୟନ୍ତୀ ପାଳନ କରୁଥିବା ବେଳେ ବିଜେପିର ସଙ୍ଗଠନ ଵଜରଙ୍ଗ ଦଳର ଗୁଣ୍ଡା ମାନେ ଦିନ ୩ ଟା ସମୟରେ ଦଳିତ ଆଦିବାସୀ ମାନଙ୍କୁ ଗୋଡାଇ ଗୋଡାଇ ମରଣାତ୍ମକ ଆକ୍ରମଣ କଲେ ଓ ୨୨ ରୁ ଉର୍ଦ୍ଧ୍ବ ମଟର ସାଇକେଲ ଭାଙ୍ଗି ଚୁରମାର କରିଦେବା ସହ ପତାକା ଉପରେ ପରିଶ୍ରା କରିଥିଲେ, ଛୁରି, ବାଡି ଓ ଭଙ୍ଗା କାଚ ଧରି ଆକ୍ରମଣ କରିଥିଲେ ।a52e972a 31c7 4b17 bb73 c6cb519b3725 ଦଳିତ ଆଦିବାସୀ ମାନଙ୍କୁ ଵଜରଙ୍ଗ ଦଳ ପକ୍ଷରୁ ଆକ୍ରମଣ ପ୍ରତିବାଦରେ ଜନ ପ୍ରତିରୋଧ

ଏହାର ପ୍ରତିବାଦରେ ଆଜିର ଏହି ଜନ ପ୍ରତିରୋଧ କାର୍ଯ୍ୟକ୍ରମ । ଏହି ସଭାରେ କରାଯାଇଥିବା ମୁଖ୍ୟ ଦାବି ଗୁଡ଼ିକ ହେଲା ପିଡିତଙ୍କୁ ସରକାରଙ୍କ ତରଫରୁ ମାଗଣା ଚିକିତ୍ସା, କ୍ଷତିଗ୍ରସ୍ତ ମୋଟର ସାଇକେଲ ପାଇଁ ଉଚିତ କ୍ଷତିପୂରଣ, ଆକ୍ରମଣ କରିଥିବା ବଜରଙ୍ଗ କର୍ମୀ ମାନଙ୍କୁ ତୁରନ୍ତ ଗିରଫ କରିବା ଏବଂ ହାଇକୋର୍ଟ ର ବିଚାରପତିଙ୍କ ଦ୍ବାରା ହୋଇଥିବା ଦଙ୍ଗା ର ଵିଚାର ବିଭାଗୀୟ ତଦନ୍ତ କରିଵା । ଯଥା ଶିଘ୍ର ସରକାର ଏହି ଦାବି ଗୁଡ଼ିକୁ ପୂରଣ ନକଲେ ଆଗାମି ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ସି.ପି.ଆଇ (ଏମ.ଏଲ) ଲିବରେସନର ନେତୃଵୃନ୍ଦ ଚେତାବନୀ ଦେଇଛନ୍ତି ।

ଏହି ପ୍ରତିବାଦ ସଭାକୁ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ବୃନ୍ଦାବନ ବିଡିକା, ସମ୍ବରା ଶଵର, ଅନାସିମ ଶଵର, ଜେମସ ଶଵର, ରାଇନା ଶଵର ପ୍ରମୁଖ ସହଯୋଗ କରିଥିଲେ । ତେବେ ଏହି ପ୍ରତିବାଦ ସଭା ସରକାରଙ୍କ ଉପରେ କି ପ୍ରଭାବ ପକାଉଛି ଦେଖିବାକୁ ବାକି ରହିଲା ।