Advertisements
Tuesday, June 2, 2020
Home General Election 2019 ଲୋଇସିଂହା ବ୍ଲକରେ ବିଜେପି କର୍ମୀଙ୍କ ଦାଦାଗିରି-ବିଡ଼ିଓ, ସରପଞ୍ଚ ସହ ବ୍ଲକ ଉପାଧ୍ୟକ୍ଷଙ୍କୁ ମଧ୍ୟ ଗାଳିଗୁଲଜ ଅଭିଯୋଗ

ଲୋଇସିଂହା ବ୍ଲକରେ ବିଜେପି କର୍ମୀଙ୍କ ଦାଦାଗିରି-ବିଡ଼ିଓ, ସରପଞ୍ଚ ସହ ବ୍ଲକ ଉପାଧ୍ୟକ୍ଷଙ୍କୁ ମଧ୍ୟ ଗାଳିଗୁଲଜ ଅଭିଯୋଗ

ଲୋଇସିଂହା (ଓଡିଶା ନ୍ୟୁଜ୨୪): ଲୋଇସିଂହା ବ୍ଲକ ପରିସରରେ ସୋମବାର ଅପରାହ୍ନ ୩ଟା ସମୟରେ କେତେକ ବ୍ୟକ୍ତି ଗଣ୍ଡଗୋଳ କରିଥିବା ସୂଚନା ମିଳିଛି | ବିଡ଼ିଓ ରାମଚନ୍ଦ୍ର ଖାଡିଆ ଦେଇଥିବା ସୂଚନା ଅନୁଯାୟୀ, ବ୍ଲକରେ ପାଟିତୁଣ୍ଡ ହେଉଥିବା ଶୁଣି ଆସିବା ବେଳେ ଗଣ୍ଡଗୋଳକାରୀ ଗେଟ ସମ୍ମୁଖରେ ତାଙ୍କୁ ଟାଣି ନେଇ ବ୍ଲକ ପରିସରରେ ଜମା ହୋଇଥିବା ବେନର ଦେଖାଇଥିଲେ |

କାହିଁକି ବିଜେପିର ବେନର ବାହାରେ ପକାଇ ରଖି ବିଜେପି ତଥା ନରେନ୍ଦ୍ର ମୋଦିଙ୍କ ଅସମ୍ମାନ କରାଯାଉଛି ବୋଲି ଗାଳିଗୁଲଜ କରିଥିଲେ | ବିଡ଼ିଓ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ବୁଝି ନଥିଲେ | ବିଡ଼ିଓ ନିଜ କାର୍ଯ୍ୟାଳୟକୁ ପଶି ଆସିବା ପରେ ସେମାନେ ମଧ୍ୟ ଆସି ଚୌକି ଫୋପାଡ଼ି ଥିଲେ | ବ୍ଲକରେ ଉପସ୍ଥିତ ସ୍ଥାନୀୟ ସରପଞ୍ଚ ସୁନୀଲ ଅଗ୍ରୱାଲ ସେମାନଙ୍କୁ ମନା କରିବାରୁ ତାଙ୍କୁ ମଧ୍ୟ ଛାଡି ନ ଥିଲେ | ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାରିବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି | ବ୍ଲକ ଉପାଧ୍ୟାକ୍ଷା ଯତୀନ୍ଦ୍ର ପଟେଲ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ହେଁ ସେମାନେ ତାଙ୍କୁ ଆଦୌ ଗୁରୁତ୍ୱ ଦେଇ ନଥିଲେ | ପରେ ସରପଞ୍ଚଙ୍କ କେତେକ ସମର୍ଥକ ବ୍ଲକକୁ ଆସି ସେମାନଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ସେମାନେ ବ୍ଲକ ଛାଡି ଚାଲି ଯାଇଥିଲେ | ଏହି ସମୟରେ ବ୍ଲକ ପରିସରରେ ଉପସ୍ଥିତ ପୋଲିସକୁ ମଧ୍ୟ୍ୟ ଦୁର୍ବୃତ ଗଲି ଗୁଲଜ କରିଥିଲେ | ସରପଞ୍ଚଙ୍କୁ ଗାଳିଗୁଲଜ କରିବା ସହ ମାରିବା ପାଇ ଉଦ୍ୟମ କରୁଥିବା ବେଳେ ପୋଲିସ କୋଣସି ପଦକ୍ଷେପ ନନେବା ନେଇ ସରପଞ୍ଚ ଶ୍ରୀ ଅଗ୍ରୱାଲ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି | ବିଡ଼ିଓଙ୍କ କହିବା ଅନୁଯାୟୀ ଗଣ୍ଡଗୋଳ କାରୀଙ୍କ ମଧ୍ୟରୁ କୁଶମେଲ ଗ୍ରାମର ଟଙ୍କଧର ପ୍ରଧାନକୁ ସେ ଚିହ୍ନିଛନ୍ତି | ଟଙ୍କଧର ସମର୍ଥକଙ୍କ ସହ ଆସି ଗଣ୍ଡଗୋଳ କରିଥିବା ନେଇ ସେମାନେ ବିଜେପି ସମର୍ଥକ ବୋଲି ଅନୁମାନ କରାଯାଉଥିବା ବିଡ଼ିଓ କହିଛନ୍ତି |

Advertisements

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: