ପ୍ରେସ କ୍ଳବ ପକ୍ଷରୁ ଜଳଛତ୍ର ଉଦଘାଟନ

0
281
ପ୍ରେସ କ୍ଳବ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୧/୪) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ପ୍ରେସ କ୍ଳବ କଲ୍ୟାଣସିଂହପୁର ପକ୍ଷରୁ ଜଳଛତ୍ର ଉଦଘାଟନ ହୋଇଯାଇଛି ।d33aea1c 5728 4289 b46a f423d3ef3aba ପ୍ରେସ କ୍ଳବ ପକ୍ଷରୁ ଜଳଛତ୍ର ଉଦଘାଟନ

ଚଳିତ ବର୍ଷ ର ପ୍ରଚଣ୍ଡ ରୌଦ୍ର ତାପରୁ ଲୋକମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କୁ ଟଙ୍କା ଉଠେଇବା ଜମାକରିବା କାମରେ ଆସି ଅନେକ ଲୋକ ପାଣି ନ ପାଇ ହନ୍ତ ସନ୍ତ ହେଉଥିବା ନଜର କୁ ଆସିବା ପରେ ପ୍ରେସ କ୍ଳବ କଲ୍ୟାଣସିଂହପୁର ର ସମସ୍ତ ଗଣମାଧ୍ୟମ ସଦସ୍ୟଙ୍କ ପ୍ରଚେଷ୍ଟାରେ ଏହି ଜଳଛତ୍ର ବ୍ୟବସ୍ଥା ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର କ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବି ୱାରା ପ୍ରସାଦ ରାଓ ଉପସ୍ଥିତ ରହି ଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ଓ ବ୍ୟାଙ୍କ୍ ଶାଖା ପରିଚାଳକ ବିନୟ କୁମାର ପ୍ରବୀଣ, ସମାଜ ସେବୀ ଆପଲ୍ ସ୍ବାମୀ କୌଶଲ୍ୟା, ବରିଷ୍ଟ ସାମ୍ବାଦିକ ସୁରେଶ ପାଢ଼ୀ ଏବଂ ପ୍ରେସ କ୍ଳବ୍ ର ସଭାପତି ଅକ୍ଷୟ କୁମାର ପିଡିସିକା, ଉପ ସଭାପତି ଧନେଶ୍ଵର ରାଉତ ସମ୍ପାଦକ ସନ୍ତୋଷ କୁମାର ବଚ୍ଛା ଯୁଗ୍ମ ସମ୍ପାଦକ ସନ୍ତୋଷ ଲମତା, କୋଷାଧ୍ୟକ୍ଷ ମିଣ୍ଟୁ ଦଣ୍ଡସେନା, ସକ୍ରିୟ ସଦସ୍ୟ ପ୍ରଶାନ୍ତ ନାହାକ୍, ପ୍ରଦୀପ ଦଳାଇ, ମାଲେସ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରେସ କ୍ଳବ୍ ର ଏହି ପ୍ରଚେଷ୍ଟାକୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ ।