Advertisements
Tuesday, June 2, 2020
Home People & Public ଦିବ୍ୟ ଜୀବନ ସଂଘର ବନ୍ଧୁ ମିଳନ

ଦିବ୍ୟ ଜୀବନ ସଂଘର ବନ୍ଧୁ ମିଳନ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ସଦର ମହକୁମାରେ ଥିବା ଦିବ୍ୟ ଜୀବନ ସଂଘ ଶାଖାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସିମିଳିଗୁଡା, ନବରଙ୍ଗପୁର, ଜୟପୁର, ଲମତାପୁଟ, କାକଲପଡା, ଗୁନେଇପଡା, ଛେଲିଆମାଣ୍ଡାର ଗୁରୁ ପ୍ରେମୀ ମାନେ ଯୋଗ ଦେଇଥିଲେ । କେନ୍ଦ୍ରିୟ କମିଟିର ବରିଷ୍ଠ ଗୁରୁଭାଇ ଯୋଗାଚାର୍ଯ୍ୟ ସୁନାରାମ୍ ମାଝୀ, ସହଦେବ ମଲିକ, ନବରଙ୍ଗପୁର ଶାଖାର ଟିଏନ୍ ଆଚାରି, ଆଞ୍ଚଳିକ ପ୍ରତିନିଧି ଓ ଜୟପୁର ଶାଖାର ଶ୍ରୀମତୀ ନାଗମଣି, ଶ୍ରୀ ନାଗେଶ୍ଵର ରାଓ ଓ ଅନ୍ୟ ଗୁରୁ ପ୍ରେମୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ | ପ୍ରଥମେ ନଗର ସଙ୍କୀର୍ତ୍ତନ ହୋଇଥିଲା । ପ୍ରବଚନ କାର୍ଯ୍ୟକ୍ରମରେ ସଦ୍ ଗୁରୁ ଶ୍ରୀଶ୍ରୀଶ୍ରୀ ଅର୍ଜୁନଙ୍କ ଆଦର୍ଶବାଣି ସତ୍ୟ ଜ୍ଞାନ ଗୁରୁ ଦିକ୍ଷାର ମହାନତା ଓ ଗୁରୁତତ୍ତ୍ଵ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲମତାପୁଟ ଶାଖାର ପୁର୍ବତନ ସଭାପତି ଶଙ୍କର ପାତ୍ର ସଭାପତି ପ୍ରଭାକର ନାହକ ଉପସଭାପତି ମାଧବ ଦାର୍ଲି ସଂପାଦକ ଗୋବିନ୍ଦ ଚନ୍ଦ୍ର ସାହୁ ବିନୋଦ ପ୍ରଧାନ ଦଣ୍ଡପାଣି ସାହୁ ଓ ସମସ୍ତ ଗୁରୁ ପ୍ରେମି ଭାଇ ଭଉଣୀ ଯେଗଦାନ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: