Related Contents

କବିସୂର୍ଯ୍ୟନଗର: ନୁଆଁ ଚେହେରା ରୂପେ ପାର୍ଥିପତ୍ର ଦାଖଲ କଲେ ବିଜେଡି,ବିଜେପି ଓ କଂଗ୍ରେସ

ଗଂଜାମ(ଜଗନ କୁମାର ସେଠି): କବିସୂର୍ଯ୍ୟନଗର ବିଧାନସଭା ଆସନ ପାଇଁ ନିଜ ନିଜର ପାର୍ଥିପତ୍ର ଦାଖଲ କଲେ ବିଜେଡି, ବିଜେପି ଓ କଂଗ୍ରେସ |

ଗତକାଲି ବିଜେପି ପକ୍ଷରୁ ବିଧାୟକ ପାର୍ଥି ଭାବେ ଶ୍ରୀ ରଞ୍ଜନ ପଲାଇ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଶ୍ରୀ ବିଜୟ କୁମାର ସାହୁ ବିଧାୟକ ପାର୍ଥି ରୂପେ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଆଜି ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ବିଜୁ ଜନତା ଦଳରୁ ବିବେଚିତ ହୋଇଥିବା ପାର୍ଥିନି ଶ୍ରୀମତୀ ଲତିକା ପ୍ରଧାନ ହଜାର ହଜାର ସମର୍ଥକଙ୍କ ସହ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ସମର୍ଥକଙ୍କ ସହ କୋଦଳାର ଆରାଧ୍ୟ ଠାକୁର ଶ୍ରୀ ଦଣ୍ଡିଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଆଶ୍ରିବାଦ ନେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିବା ବେଳେ ବିଜେଡି ମଧ୍ୟ ତାର ଦବଦବା ଜାହିର କରି ନିଜ କର୍ମକର୍ତ୍ତାଙ୍କ ସହ ମିଶି ଛତ୍ରପୁର ସ୍ଥିତ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଥିଲେ | ବିଜେଡି, ବିଜେପି ଓ କଂଗ୍ରେସ ପ୍ରମୁଖ ଦଳ ଗୁଡିକ ନିଜ ନିଜର ଆସନରୁ ବିଜୟୀ ହେବା ଓ ଜନସାଧାରଣ ମାନଙ୍କ ସମସ୍ୟା ଦୂର କରିବା ପାଇଁ ଦୃଢୋକ୍ତି ରଖିବାକୁ ମତ ପ୍ରକାଶ କରିଥିଲେ |

Comments are closed.