କାର ଧକ୍କାରେ ତିନି ଛାତ୍ର ଗୁରୁତର

0
152
କାର ଧକ୍କାରେ ତିନି

ରିପୋର୍ଟ : ଶିବ ବିଷୋୟୀ
ଲମତାପୁଟ, (୨୧/୦୪) : କାର ଧକ୍କାରେ ତିନି ଛାତ୍ର ଗୁରୁତର । ତିନିଜଣ ଛାତ୍ର ପରୀକ୍ଷା ଦେଇ ଜୟପୁର ରୁ ନିଜ ଘର ଜବାଗଡ କୁ ଏକ ମୋଟର ସାଇକେଲ ରେ ଯାଉଥିବା ସମୟର ଲମତାପୁଟ ବ୍ଲକ କାଞ୍ଚଣା ଗ୍ରାମ ନିକଟରେ ଏକ ଦୃତଗାମୀ କାର ଧକ୍କା ଦେଇ ଚାଲିଯାଇଥିଲା ।

କାର ଧକ୍କାରେ ତିନି ଛାତ୍ର ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ଲମତାପୁଟ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି ଏବଂ ଧକ୍କା ଦେଇ ଚାଲିଯାଉଥିବା କାର କୁ ଧରିବା ପାଇଁ ପୋଲିସ କୁ ଖବର ଦେଇଥିଲେ । ଲମତାପୁଟ ପୋଲିସ ଲମତାପୁଟ ମୁଖ୍ୟ ବଜାର ରେ ଗାଡ଼ିକୁ ଅଟକାଇ ବାରେ ସଫଳ ହୋଇଥିଲା ଏବଂ ଗାଡ଼ି ଚାଳକ କୁ ଅଟକ ରଖିଛି ପୋଲିସ୍ । ତିନି ଛାତ୍ର ଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ ସୂଚନା ଦେଇଛି ।