କାଶୀନଗର ବ୍ଲକରେ ପ୍ରାଥମିକ ସେବା ସମବାୟ ସମିତି ରେ ସଭ୍ୟ ହେବା ପାଇଁ ରାଜନୀତି

0
160
କାଶୀନଗର ବ୍ଲକରେ ପ୍ରାଥମିକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୪) : କାଶୀନଗର ବ୍ଲକରେ ପ୍ରାଥମିକ ସେବା ସମବାୟ ସମିତି ଓ କୀନିଗମ୍ ସେବା ସମବାୟ ନାମକୁ ମାତ୍ର ଚାଲିଛି । ଏଥିରେ ସବୁ ଜିନିଷ ପାଇଁ ଚଞ୍ଚକତା ଚାଲିଥିବା ଅଭିଯୋଗ ହୋଇଛି ।

କାଶୀନଗର ବ୍ଲକରେ ପ୍ରାଥମିକ ସେବା ସମବାୟ ସମିତି ରେ ନାମକୁ ମାତ୍ର ଧର୍ମ କୁ ଆଖି ଠାର ଭଳି କୃଷକ ସେବା ସମବାୟ ସମିତି ଚାଲିଛି । ମଣ୍ଡି ବ୍ୟବସ୍ଥା, ଋଣ ବ୍ୟବସ୍ଥା ଓ ସମିତିରେ ସଭ୍ୟା ସଂଗ୍ରହ ରେ ମଧ୍ୟ ପ୍ରିୟା ପ୍ରୀତି ତୋଷଣ ଚାଲିଛି । ଏପରିକି ଏତେବଡ ସହର ରେ ଅଧିକାଂଶ ଚାଷୀ ଓ ବେପାରୀ ମାନେ ଏହାର ସଭ୍ୟ ହେବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ଏକ ନିର୍ଦ୍ଧିଷ୍ଟ ବର୍ଗ ର ଲୋକ ଏହି ସମିତି କୁ ଦଖଲ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

କେବଳ ୫୮ ଜଣ ସଭ୍ୟାଙ୍କୁ ନେଇ କିଭଳି ସମିତି ଚାଲିବ ? ଏଠାରେ ଗଣତନ୍ତ୍ର କୁ କିଭଳି କଣ୍ଠରୋଧ କରାଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ଜଳ ଜଳ ହୋଇ ଦିଶୁଛି । ଏବେ ସମବାୟ ନିର୍ବାଚନ ହେବ ବୋଲି ଯେତେବେଳେ ଜଣାପଡ଼ିଲା ଏବେ ରାଜନୈତିକ ଦଳ ମାନଙ୍କ ଭିତରେ ତତ୍ପରତା ବୃଦ୍ଧି ପାଉଛି ।

ଏଠାରେ ଜନସାଧାରଣ ଜାଣିବା ଭଳି କୌଣସି ପ୍ରଚାର କିମ୍ବା ବିଜ୍ଞାପନ ହେଉନାହିଁ ଏକ ନିର୍ଦ୍ଧିଷ୍ଟ ଦଳ ନିଜର ସମର୍ଥକ ମାନଙ୍କୁ ସଭ୍ୟ କରି ତାଙ୍କ ଟଙ୍କା ବାନ୍ଧିଛନ୍ତି ନିର୍ବାଚନ ସରିବା ପରେ ସେ ସବୁ ଟଙ୍କା ଉଠାଇ ଦିଅନ୍ତି କାଶୀନଗର ସମିତି ରେ ୫୮ ଜଣ ରୁ ୮ ଜଣ ବ୍ୟକ୍ତି ମୃତ ହୋଇଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ସମବାୟ ସମିତି କୁ କବ ଯା କରିଥିବା କୀନିଗମ୍ ର ପୂର୍ବତନ ନିର୍ଦ୍ଦେଶକ ବର୍ଲା ଶ୍ରୀଧର ଅଭିଯୋଗ କରିଛନ୍ତି ।

ଜନସାଧାରଣ ଙ୍କୁ ଅନ୍ଧାର ରେ ରଖାଯାଉଛି । ଏଣୁ କର୍ତୃପକ୍ଷ ଏହାର ତଦନ୍ତ କରିବା ଆବଶ୍ୟକ ହୋଇପଡିଛି । ବର୍ତ୍ତମାନ ଥିବା ୫୮ ସଦସ୍ୟ ମଧ୍ୟରୁ ସାତ ରୁ ଆଠ ଜଣ ଙ୍କ ମୃତ୍ୟୁ ହୋଇଯାଇଛି । ସେପଟ କୀନିଗମ୍ ସମିତି ରେ କାହାକୁ କିଛି ନୋଟିସ ନକରି ଟଙ୍କା କୁ ଭୂତ ଉଠାଇଛି କି ବୋଲି ଶ୍ରୀଧର ପ୍ରଶ୍ନ କରିଛନ୍ତି ।

ଏଣୁ ଆବଶ୍ୟକ ତଦନ୍ତ ବିଜ୍ଞପ୍ତି ପ୍ରକାଶ ନ ପାଇବା ପୂର୍ବରୁ କରାଯାଉ ବୋଲି ସାଧାରଣ ରେ ଦାବୀ ହେଉଛି । ଏହି ସମିତି ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ର ଅଧୀନରେ ଆସୁଥିବାରୁ ଅତିରିକ୍ତ ସମବାୟ ରେଜିଷ୍ଟର ଏହାର ତଦନ୍ତ କରିବାକୁ ସେ ଦାବୀ କରିଛନ୍ତି ।