ବିଜାପୁର ସରପଞ୍ଚ ନୀଳାବତି ଜାନିଙ୍କ ଦାୟିତ୍ୱ ଗ୍ରହଣ

0
257
ବିଜାପୁର

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୧/୪) : ବୋରିଗୁମ୍ମା ବ୍ଳକ ବିଜାପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବେ ଶ୍ରୀମତି ନିଳାବତି ଜାନି ବୁଧବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି ।WhatsApp Image 2022 04 21 at 10.03.53 AM ବିଜାପୁର ସରପଞ୍ଚ ନୀଳାବତି ଜାନିଙ୍କ ଦାୟିତ୍ୱ ଗ୍ରହଣ

ବିଜାପୁର ପଞ୍ଚାୟତ କାର୍ଯ୍ୟାଳୟରେ ନବ ନିର୍ବାଚିତ ନାଏବ ସରପଞ୍ଚଙ୍କ ସହ ନଡ଼ିଆ ଭାଙ୍ଗି ପୂଜା ଅର୍ଚ୍ଚନା ପୂର୍ବକ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପି.ଇ.ଓ. କାର୍ତ୍ତିକ ନାୟକ, ବର୍ତ୍ତମାନ ପି.ଇ.ଓ. ଡୁମର ଭତ୍ରା, ପୂର୍ବ ସରପଞ୍ଚ ସୁଶାନ୍ତ ଜାନି ତଥା ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ । ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ନୀଳାବତି ଜାନି ପ୍ରତିଶ୍ରୁତି ଦେଇଥିଲେ ।