Advertisements

ଖରା ଆରମ୍ଭରୁ ପାଣିର ସମସ୍ୟା, ପ୍ରଶାସନ ଚୁପ ଚନ୍ଦ୍ରପୁର

(କୈଳାସ ମାଳବିଶୋୟୀ): ସରକାର ଗାଁ ଗାଁକୁ ପାନୀୟ ଜଳ ଯୋଗାଇବା ସହ ଜଳ କଷ୍ଟ ନ ଭୋଗିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ସଠିକ କାର୍ଯ୍ୟରେ ଲାଗୁନଥିବା ଅଭିଯୋଗ ହେଉଛି |

ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି ରାୟଗଡା ଜିଲ୍ଲାର ଲାଲଗଡ଼ ଭାବେ ପରିଚିତ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳ ଚନ୍ଦ୍ରପୁର ବ୍ଲକ ସହର ଇନ୍ଦିରା ଆବାସ ସହି ଶାନ୍ତିନଗର, ନୂଆ ସାହି ଠାରେ ଶୀତଦିନେ ଚାଲିଗଲା କିନ୍ତୁ ପାଣିରୁ ବଂଚିତ ଚନ୍ଦ୍ରପୁର ବାସି ଏ ପର୍ଯ୍ୟନ୍ତ ଶାନ୍ତିରେ ପାଣି ପାଇବାର ସୁଯୋଗ ପାଇ ପାରୁନାହାନ୍ତି | ଏଠାରେ ୮ବର୍ଷ ହେବ ପାଣିଟାଙ୍କି ଗ୍ରାମ ମଧ୍ୟକୁ ପାଇପ ଲାଇନ ନଳକୂପ ଇତ୍ୟାଦି ଅଛି କିନ୍ତୁ ଲୋକଙ୍କ ଆବଶ୍ୟକତା ପାଣି ପିଇବାକୁ ମିଳୁନାହିଁ | ଫଳରେ ଲୋକେ ପାନୀୟ ଜଳ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ଚନ୍ଦ୍ରପୁର ବ୍ଲକ ସଦରରେ ପ୍ରାୟ ୬ହଜାର ଲୋକ ବସବାସ କରୁଛନ୍ତି | ହେଲେ ପାଇପଲାଇନ ଷ୍ଟାଣ୍ଡ ପୋଷ୍ଟ ତିଆରି କରାଯାଇଛି କିନ୍ତୁ ଆଜିକୁ ପ୍ରାୟ ୪ବର୍ଷ ହେବ କେଉଁ ଜାଗାରେ ପାଇପ ଫିଟାଇଛି ତ କେଉଁ ଷ୍ଟାଣ୍ଡପୋଷ୍ଟକୁ ପାଣି ଯାଉନଥିବା ଦେଖିବାକୁ ମିଳୁଛି | ନଳକୂପ ଅଛି ମାତ୍ର ଅଧିକ ସମୟ ମାରିଲେ ଯାଏ ପାଣି ଆସୁଛି | ଚନ୍ଦ୍ରପୁର ଗ୍ରାମର ବାସିନ୍ଦାମାନେ ଛୋଟରୁ ବଡ ସବୁ ନଦୀକୁ ଭରସା କରନ୍ତି | ଗାଧେଇବାକୁ ହେଲେ ପ୍ରାୟ ୧କିମି ଯିବାକୁ ପଡୁଛି ବୋଲି ଅଭିଯୋଗ କରୁଛନ୍ତି | ନଦୀର ପାଣି ଦ୍ୱାରା ପିଲାମାନଙ୍କୁ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି | ଚନ୍ଦ୍ରପୁର ସରପଞ୍ଚ ସୁଦିତ ବ୍ରେଡେକା ବାରମ୍ବାର ପ୍ରଶାସନକୁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବିଡିଓଙ୍କୁ ଜଣାପଡିଛି | ଆର ଡବ୍ଲୁ ଏସ ଏସ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରପୁର ବ୍ଲକ୍ ରେ ରହୁ ନ ଥିବା ଯୋଗୁଁ ଏସବୁ ସମସ୍ୟାର ସମାଧାନ କେବେ ହେବ ଓ ପ୍ରଶାସନଙ୍କ ବେଖାତିର କରି ଆଜି ପର୍ଯ୍ୟନ୍ତ ପାଣିର ସମସ୍ୟା ଘେରରେ ପଡି ରହିଛନ୍ତି ଚନ୍ଦ୍ରପୁରର ଗ୍ରାମବାସି ବୃନ୍ଦ |

Advertisements

Comments are closed.