Related Contents

ଅଚିହ୍ନା ଅସୁସ୍ଥ ବ୍ୟକ୍ତି ଉଦ୍ଧାର କଲେ ସ୍ବେଚ୍ଛାସେବୀ, ବଲାଙ୍ଗୀର ଜିଲ୍ଲା ଆଗଲପୁର ବୋଲି ପରିଚୟ ଦଉଛି

ବୈପାରୀଗୁଡା(ଏନ.ସନ୍ତୋଷ): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଠପୋଡା ପଞ୍ଚାୟତର ଧଳପୁର ସାପ୍ତାହିକ ବଜାରରୁ ଏକ ଅଚିହ୍ନା ଅସୁସ୍ଥ ବ୍ୟକ୍ତିକୁ ଧଳପୁରର କିଛି ସ୍ବେଛାସେବୀ ମାନେ ଉଦ୍ଧାର କରି ଏକ ଗାଡ଼ିରେ ବୈପାରୀରିଗୁଡା ମେଡିକାଲକୁ ନେଇ ଭର୍ତି କରିଥିବା ଜଣାପଡିଛି |

ଗତ କିଛି ଦିନ ପୂର୍ବରୁ ଏହି ଅଚିହ୍ନା ବ୍ୟକ୍ତି ଧଳପୁର ଗ୍ରାମରେ ରହୁଥିଲେ ଏବଂ ଗାଁ ଲୋକେ କିଛି ଖାଇବାକୁ ଦେଲେ ଖାଉଥିଲେ | କେତେବେଳେ ଦୋକାନ ବାରଣ୍ଡାରେ ତ ଆଉ କେତେବେଳେ ଗଛ ମୂଳରେ ରାତ୍ରି ଯାପନ କରୁଥିଲେ ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି | କିନ୍ତୁ ଆଜି ହଠାତ ତାଙ୍କ ଦେହ ଅସୁସ୍ଥ ହେବା ଯୋଗୁଁ ଧଳପୁର ଗାଁର ଦମଦେବ ମହାପାତ୍ର, ଲକ୍ଷ୍ମଣ ଚନ୍ଦ୍ର ପଡିଆ, ବାଳକୃଷ୍ଣ ତ୍ରିପାଠୀ ବୈପାରୀଗୁଡା ମେଡିକାଲ ନେଇ ଭର୍ତି କରିଥିବାର ଜଣାପଡିଛି | ଅଚିହ୍ନା ବ୍ୟକ୍ତି କହିବା ଅନୁସାରେ ବଲାଙ୍ଗୀର ଜିଲ୍ଲା ଲୁଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗ୍ରାମର ସଶାଙ୍କ ସିଂ ଦେବଙ୍କ ପୁଅ ସ୍ୱରୂପ କୁମାର ସିଂ ଦେବ ବୋଲି ନିଜର ପରିଚୟ ଦେଇଛନ୍ତି | ଏହି ଘଟଣାର ଖବର ପ୍ରସାରଣ ପରେ ବୈପାରୀଗୁଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତାଙ୍କ ନିର୍ଦେଶ କ୍ରମେ ଏଏସଆଇ ଗୋପାଳ ବରାଡ ଉକ୍ତ ବ୍ୟକ୍ତି କହିବା ଠିକଣା ଅନୁସାରେ ପରିବାର ଲୋକଙ୍କୁ ଯୋଗାଯୋଗ ପାଇଁ ଚେଷ୍ଠା ଜାରି ରଖିଛୁ ବୋଲି ପ୍ରକାଶ କରିଛନ୍ତି |

Comments are closed.