Advertisements
Tuesday, June 2, 2020
Home headline ଗୋଟିଏ ନମ୍ବର ଥାଇ ଦୁଇଟି ଟିପର ଚୋରା ଚିପିସ ବୋଝେଇ ସହ ଚନ୍ଦ୍ରପୁର ଥାନାରେ ଜିମା...

ଗୋଟିଏ ନମ୍ବର ଥାଇ ଦୁଇଟି ଟିପର ଚୋରା ଚିପିସ ବୋଝେଇ ସହ ଚନ୍ଦ୍ରପୁର ଥାନାରେ ଜିମା ଦେଲେ ତହସିଲଦାର

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜିଲ୍ଲା ବିସମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ତହସିଲ ଅଂଚଳରେ ଅନିୟମିତ କ୍ରସର ପରିଚାଳନା ସହିତ ଚୋରା ପଥର, ମେଟାଲ, ବାଲି, ଇଟା ଇତ୍ୟାଦି ଅନିୟମିତ ଚାଲାଣ ହେଉଥିବାରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ଦ୍ୱାରା ସରକାର ଅର୍ଥ ସଂକଟର ସମ୍ମୁଖୀନ ହେବାକୁ ପଡୁଛି |

ଏହା ସତ୍ତ୍ୱେ ଏହି ଅନିୟମିତ କାର୍ଯ୍ୟ ପୁଣି ଆଖି ଝଲସିଆ ପରି ଗୋଟିଏ ନମ୍ବର ଥାଇ ଦୁଇଟି ଟିପରରେ ଅନିୟମିତ ଚିପିସ ଚାଲାଣ ହେଉଥିବା ୩ଟି ଟିପର ହନୁମନ୍ତପୁର ନିକଟରେ ଜବତ କରାଯାଇ ଚନ୍ଦ୍ରପୁର ଥାନାରେ ଜିମା ଦିଆଯାଇଛି । ବିବରଣୀରୁ ପ୍ରକାଶ ଚନ୍ଦ୍ରପୁର ତହସିଲ ଅଧିନସ୍ଥ ହନୁମନ୍ତପୁର ରାଜସ୍ୱ ନିରୀକ୍ଷକ ବାପୁନୀ ବେହେରା ସହକାରୀ ରାଜସ୍ବ ନିରୀକ୍ଷକ ହରିନାଥ ଓଡାକା ଅନିଲ ଗାମ୍ବାଲି ରାଜସ୍ବ ଆଦାୟ କରିବାକୁ ଯାଇଥିବା ବେଳେ ୧୬-୩-୧୯ ରିଖ ଦିନ ରାଇବିଜି ସିଆରପିଏଫ କ୍ୟାମ୍ପ ନିକଟରେ ୩ଟି ଚିପିସ ବୋଝେଇ ଟିପର ଧରିଥିଲେ | ସେମାନଙ୍କ ନିକଟରେ କୌଣସି ୱେ ବିଲ ଟ୍ରାଞ୍ଜିକ ପାସ ନଥିଲା,ରାୟଲଟି ମଧ୍ୟ ନଥିଲା । ଟିପର ନମ୍ବର ହେଉଛି OD18E 1999 ଓ ଅନ୍ୟଟି OD18C1999, OD18E1999 ହେଲେ ଏହି ତିନିଟି ମଧ୍ୟରୁ ଦୁଇଟି ଟିପରର ନମ୍ବର (OD 18 E 1999) ଏହି ଗାଡିକୁ ବିନା ଅନୁମତି ଓ ଗୋଟିଏ କାଗଜରେ ଦୁଇଟି ଗାଡି ନେଉଥିବାରୁ ଗାଡିକୁ ୫୦୦୦୦ ଲେଖାଏ ରାୟଲଟି ଆଦାୟ ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଗାଡି ଵାଲା ଟଙ୍କାଟିଏ ଦେବେ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିବାରୁ ଗାଡି ତିନୋଟି ଚିପିସ ଲୋଡିଙ୍ଗ ସହ ଚନ୍ଦ୍ରପୁର ଥାନାରେ ଜିମା ଦିଆଯାଇଥିଲା | ପରଦିନ ଗାଡି ମାଲିକ Y-form ଦେଖାଇଥିଲେ ମଧ୍ୟ ଟ୍ରାଞ୍ଜିକ ପାସ ଏବଂ ୪୦ କିମି ମଧ୍ୟରେ ପରିବହନ କରିପାରିବାର ନିୟମ ଅଛି ହେଲେ ଦୁର୍ଗୀ ଅଂଚଳରୁ ବିନା କାଗଜ ଏବଂ ୨ଟି ଗାଡିର ଗୋଟିଏ ନମ୍ବର ଥିବା ଚିପିସ ନେଇ ପ୍ରାୟ ୧୦୦ କିମି ଚନ୍ଦ୍ରପୁରକୁ ଦୁର୍ଗମ ଅଞ୍ଚଳକୁ ଯିବା ପଛରେ କି ରହସ୍ୟ ଅଛି । ଶୁଣିବାକୁ ମିଳୁଛି ୨୨-୩-୧୯ ରିଖ ସର୍ବସାଧାରଣ ହୋଲିରେ ମାତିଥିବା ବେଳେ ପୋଲିସ ଏହିପରି ଅନିୟମିତ ଗାଡି ଗୁଡିକୁ ଛାଡି ଦେବା ପଛରେ କି ରହସ୍ୟ ଅଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: