Thursday, March 28, 2024

Top 5 This Week

Related Posts

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୯/୪) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଜୁନିୟର ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଅଛି ।WhatsApp Image 2022 04 20 at 7.36.03 AM 1 ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଣ୍ଡୋଘାଟ ସରପଞ୍ଚ କେସନ୍ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାରୁ ତାଙ୍କୁ ମହାବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଏହି ଆତ୍ମ ସୁରକ୍ଷା ତାଲିମ ଶିବିରରେ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ସଭା ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ଶ୍ରୀ ସୌମିତ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍ସବରେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ ଖେଳ ପ୍ରଶିକ୍ଷକ ଗୋବିନ୍ଦ ପଧାନ, ଅଧ୍ୟାପକ ସତ୍ୟନାରାୟଣ ମହାକୁଡ, କାଶିନାଥ ମିଶ୍ର, ଵିଭିଷଣ ପ୍ରଧାନ, ନୀଳାମ୍ବର ଝାଙ୍କର ଆଦି କର୍ମଚାରୀ ବୃନ୍ଦ । ଶେଷରେ ପ୍ରଶିକ୍ଷିକା ସୁଶ୍ରୀ କଲ୍ୟାଣମୟୀ ତ୍ରିପାଠୀ ଓ ସୁଶ୍ରୀ କଲ୍ୟାଣୀ ମେହେରଙ୍କୁ ଓ ତାଲିମ ପ୍ରାପ୍ତ ୭୫ ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରା ଯାଇଥିଲା ।

Popular Articles