Advertisements

ଯାଜପୁରରେ ଗଣ ବ୍ରତୋପନୟନ ଅନୁଷ୍ଠିତ

ଯାଜପୁର (ସତ୍ୟଜିତ ବାରିକ): ଯାଜତ ନଗରୀ ବୈତରଣୀ ନଦୀ ପାର୍ଶ୍ଵରେ ଅବସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦ ପକ୍ଷରୁ ଦ୍ୱାଦଶ ବର୍ଷିକ ସାମୁହିକ ବ୍ରତୋପନୟନ ସେବା ଅନୁଷ୍ଠିତ ହୋଇଯାଇଛି ।

ସମ୍ପାଦକ ପ୍ରମୋଦ କୁମାର ଦାଶଙ୍କ ତତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲାରୁ ୨୦ଜଣ ଆର୍ଥୀକ ଅନଗ୍ରସର ତଥା ଗରିବ ବ୍ରାହ୍ମଣ ପିଲାମାନଙ୍କର ସାମୁହିକ ବ୍ରତୋପନୟନ କରାଯାଇଛି । ବ୍ରତୋପନୟନ କାର୍ଯ୍ୟ ଶେଷ ପରେ ବ୍ରହ୍ମଚାରୀମାନେ ବ୍ରତଭିକ୍ଷା ଗ୍ରହଣ କରିଥିଲେ । ବରାହଙ୍କ ଦର୍ଶନ କରି ପ୍ରସାଦ ସେବନ ପରେ ପିତାମାତାଙ୍କ ସହ ନିଜ ନିଜ ଘରକୁ ଫେରିଥିଲେ । ବିଦ୍ୟୁତ ପରିଷଦ ଦ୍ୱାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ନିଜ ଖର୍ଚ୍ଚରେ ବ୍ରତ ହୋଇପାରିନଥିବା ଗରିବ ପିଲା ଓ ସେମାନଙ୍କ ପରିବାର ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏହି ସାମାଜିକ କଲ୍ୟାଣ କାର୍ଯ୍ୟ ଜରିଆରେ ଅନେକ ଗରିବ ବ୍ରାହ୍ମଣ ପରିବାର ମଙ୍ଗଳ ହୋଇପାରୁଛନ୍ତି ବୋଲି କହିଛନ୍ତି ଆୟୋଜକ।

Advertisements

Comments are closed.