କଣ୍ଟାମାଲ ବିଧାୟକ ଙ୍କ 5T ଶଗଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

0
143
କଣ୍ଟାମାଲ ବିଧାୟକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୯ /୦୪) : ଆଜି କଣ୍ଟାମାଲ ବିଧାୟକ ମହିଧର ରଣା 5T ରେ ଅନ୍ତର୍ଭୁକ୍ତ ବୌଦ୍ଧ ବ୍ଲକ ଶଗଡା ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।WhatsApp Image 2022 04 20 at 7.35.45 AM 2 କଣ୍ଟାମାଲ ବିଧାୟକ ଙ୍କ 5T ଶଗଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କଣ୍ଟାମାଲ ବିଧାୟକ ଙ୍କ ସହ ବୌଦ୍ଧ ବି ଡି ଓ ଦେବୀପ୍ରସାଦ ଦାସ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବି ଜେ ଡି ନେତା ବିପିନ ପ୍ରଧାନ, ବି ଜେ ଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ରଣା ପ୍ରମୁଖ ସାମିଲଥିଲେ । 5T ଅର୍ଥରେ ନିର୍ମାଣ ଚାଲିଥିବା କାମ ଦେଖିଥିଲେ ଓ ଯାହା ନିର୍ମାଣ ସରିଛି ସେଥିରେ ସନ୍ତୋଷ ପ୍ରକାଶ କରିଥିଲେ ।

ପ୍ରଧାନ ଶିକ୍ଷକ ଲାଲ ବାହାଦୂର ମିଶ୍ର ବିଧାୟକ ଏବଂ ଅନ୍ୟ ମାନଙ୍କୁ ସ୍କୁଲ ପରିଦର୍ଶନ କରାଇଥିଲେ । ସ୍କୁଲ ରେ ମୋଟ ୩୫୦ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଛାତ୍ରୀ ଙ୍କ ସଂଖ୍ୟା ଅଧିକ ରହିଥିବା ପ୍ରଧାନ ଶିକ୍ଷକ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଛାତ୍ରଛାତ୍ରୀ ଙ୍କ ସଂଖ୍ୟାକୁ ଦେଖି ସେ ହିସାବରେ ଶୌଚାଳୟ ବଡ଼ କରିବାକୁ ସ୍ଥାନୀୟ ବାସିନ୍ଦା ବିଧାୟକଙ୍କ ଠାରେ ଦାବି କରିଥିଲେ ।

ସେହିପରି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଅନୁସାରେ ୩ ଜଣ ଶିକ୍ଷକ କମ ରହିଥିବାରୁ ଉକ୍ତ ଖାଲି ସ୍ଥାନ ପୂରଣ ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦା ଦାବି ଜଣାଇଥିଲେ । ଶଗଡା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ସଂଖ୍ୟା ଓ ବିଦ୍ୟାଳୟ ର ଶ୍ରେଣୀ ପ୍ରକୋଷ୍ଠ ଖରାପ ଥିବାରୁ ଉକ୍ତ ବିଦ୍ୟାଳୟକୁ 5T ରେ ସାମିଲ କରିବାକୁ ମୋ ସ୍କୁଲ ଅଭିଯାନ ର ସଭାପତି ଶାନ୍ତନୁ ଥାଟି, ସଭ୍ୟ ତନ୍ମୟ ସାହୁ, ଶିକ୍ଷାବିତ ସୁରଥ କୁମାର ମିଶ୍ର ପ୍ରମୁଖ ଦାବି କରି ଆସୁଥିଲେ ।

ବିଧାୟକ ଶ୍ରୀ ରଣା ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ଏହି ବିଦ୍ୟାଳୟ କୁ 5T ରେ ସାମିଲ କରିଥିବା କହିଥିଲେ । ଦାବି ପ୍ରକାରେ ବଡ଼ ପ୍ରକାରେ ଏବଂ ଉନ୍ନତମାନର ଶୌଚାଳୟ ନିର୍ମାଣ ପାଇଁ ସେ ଚେଷ୍ଟା କରିବେ ଓ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ ବୋଲି ବିଧାୟକ ଶ୍ରୀ ରଣା ପ୍ରତିଶ୍ରୁତି ଦେଇଥିଲେ । ତେବେ ଭଲ ପାଠ ପଢାଇବା ସହ ପରୀକ୍ଷା ରେ ଛାତ୍ରଛାତ୍ରୀମାନେ ଯେପରି ଭଲ ଫଳ କରିବେ ସେଥିପ୍ରତି ଧ୍ୟାନ ଦେବାକୁ ଶିକ୍ଷକ ମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ ।