ବଢ଼ିଲା ଓମଫେଡ୍ କ୍ଷୀର ଦର : ଆସନ୍ତା ୨୧ ତାରିଖରୁ ଲାଗୁ ହେବ ନୂଆଁ ଦର

0
167
ବଢ଼ିଲା ଓମଫେଡ୍ କ୍ଷୀର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୦୪) : ବଢ଼ିଲା ଓମଫେଡ୍ କ୍ଷୀର ଦର । କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ । ଆସନ୍ତା ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ ।

ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ବିଭିନ୍ନ ସାମଗ୍ରୀ ର ମୂଲ୍ୟ ବୃଦ୍ଧି ହୋଇଛି । ଏବେ ବଢ଼ିଲା ଓମଫେଡ୍ କ୍ଷୀର ଦର । ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈ ର ଦାନା ମୂଲ୍ୟ ବୃଦ୍ଧି ପାଉଛି । ତେଣୁ କ୍ଷୀର ଦର ବୃଦ୍ଧି ପାଇବାର ଆବଶ୍ୟକତା ରହିଛି ବୋଲି ଓମଫେଡ ପକ୍ଷରୁ କୁହାଯାଇଛି ।

ଏହା ଦ୍ୱାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଉତ୍ପାଦନ ପାଇଁ ଉତ୍ସାହିତ ହେବେ ବୋଲି କହିଛି ଓମଫେଡ୍ । ଶେଷ ଥର ପାଇଁ ୨୦୨୦ ରେ ଓମଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇଥିଲା ।