କାଶୀନଗର ଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

0
194
କାଶୀନଗର ଥାନା ପରିସରରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୪) : ଆଜି ସନ୍ଧ୍ୟାରେ କାଶୀନଗର ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗତ ପଞ୍ଚାୟତ ନିର୍ବାଚନ ପାରେ କାଶୀନଗର ବ୍ଲକ ର ଖାରଡ଼ା ଗ୍ରାମ ପଞ୍ଚାୟତ ର ଧାନସର। ଓ ଖାରଡ଼ା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ମୋକଦ୍ଦମା ମଧ୍ୟ ହୋଇଥିଲା । ଅଭିଯୁକ୍ତ ମାନେ ଫେରାର ଥିଲେ । ପରବର୍ତ୍ତି ସମୟ ରେ କାଶୀନଗର ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସନ୍ଧ୍ୟା ରେ କାଶୀନଗର ଥାନା ପରିସରରେ ଗଜପତି ଜିଲ୍ଲାପାଳ ଓ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ଶାନ୍ତି କମିଟି ବୈଠକ ଆହ୍ଵାନ କରାଯାଇଥିଲା ।

ଏହି ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ, ଉପ ଜିଲ୍ଲା ପାଳ ଶ୍ରୀ ଦିଲୀପ ମହାରଣା,ଏସ ଡି ପି ଅ ଶ୍ରୀ ଆର୍ କେ ପତି, ତହସିଲଦାର ଶ୍ରୀ ସିମଞ୍ଚଳ ମହାନ୍ତି ।

ଥାନା ଅଧିକାରୀ ସୁଶାନ୍ତ ସାହୁ ସରପଞ୍ଚ ଅଖିଳ ପାତ୍ର ବସି ପରବର୍ତ୍ତୀ ସମରେ ରେ ଯେଭଳି କୌଣସି ଗଣ୍ଡଗୋଳ ନ ହେବ ସେ ନେଇ ଉଭୟ ଗ୍ରାମ ବାସୀଙ୍କୁ ନେଇ ଏମ୍ ଶାନ୍ତି କମିଟି ଗଠନ ହୋଇଥିଲା ।