Related Contents

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀଙ୍କ ମରଣାନ୍ତକ ଆକ୍ରମଣ ଥାନାରେ ଏତଲା

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଆଡିମାହା ଗ୍ରାମପଞ୍ଚାୟତର କାଚାବାଲି ଗାଁରେ ଅଭାବନୀୟ ଘଟଣା ସ୍ତରୀୟ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଶନିବାର ରାତିରେ ସ୍ବାମୀ ଚନ୍ଦ୍ରକାନ୍ତ ପାତ୍ର ଏକ ଧାରୁଆ ଲୁହା ଛଡରେ ଆକ୍ରମଣ କରିଥିଲେ |ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ ପରିବାର ଲୋକେ ସୂର୍ଯକାନ୍ତିକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ | ମହିଳାଙ୍କ ଭାଇ ଗୋପବନ୍ଧୁ ପ୍ରଧାନୀଙ୍କ ଏତଲା କ୍ରମେ ବାଲିଗୁଡା ଥାନା ପୋଲିସ କେସ୍ ନଂ ୫୪/୨୦୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି | ସୂଚନାଯୋଗ୍ୟ ଯେ କାଚାବାଲି ଗାଁର ସୂର୍ଯ୍ୟକାନ୍ତି ଗୁମାପଦର ଗାଁର ଚନ୍ଦ୍ରକାନ୍ତ ପାତ୍ର ଓରଫ ମିରୁଙ୍କୁ ପ୍ରେମ ବିବାହ କରିଥିଲେ । ଯୌତୁକ ପାଇଁ ଶାରରୀକ ଓ ମାନସିକ ନିର୍ଯ୍ଯାତନା ଦେଇ ଆସୁଥିଲେ ବୋଲି ଏତଲାରେ ଦର୍ଶାଯାଇଛି ଏବଂ ପୁର୍ବରୁ ମଧ୍ୟ ଚରିତ୍ରକୁ ସନ୍ଦେହ କରି ମାଡ ମାରିବା ଯୋଗୁଁ ଦୁଇମାସ ହେବ ବାପା ଘରେ ଆଶ୍ରୟ ନେଇଥିବା କହିଛନ୍ତି । ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି |

Comments are closed.