ଶବର ପଡା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ର ଶୋଚନୀୟ ଅବସ୍ଥା

0
156
ଶବର ପଡା ପ୍ରାଥମିକ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୮/୦୪) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ଦେଦର ଏକ ଆଦିବାସୀ ବହୁଳ ଅନଗ୍ରସର ପଞ୍ଚାୟତ ଅଟେ । ଏହି ପଞ୍ଚାୟତ ର ଗୋଳମୁଣ୍ଡା ଗ୍ରାମ ର ଏକ ପଡା ଶବର ପଡା ।WhatsApp Image 2022 04 18 at 9.24.49 PM 1 ଶବର ପଡା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ର ଶୋଚନୀୟ ଅବସ୍ଥା

ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଖରେ ରହିଛି ଶବର ପଡା ପ୍ରାଥମିକ ବିଦ୍ୟାଳୟ । ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଳିଶ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି ତିନିଜଣ ଶିକ୍ଷକ । ୨୦୦୮ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ର ଶ୍ରେଣୀଗୃହ ଗୁଡିକ ବିପଦଶଙ୍କୁଳ ଅବସ୍ଥାରେ ପହଞ୍ଚିଲାଣି ।

ଶ୍ରେଣୀ ଗୃହ ଗୁଡିକର ଛାତରେ ସିମେଣ୍ଟ ଢଳେଇ ଫାଟି ଆଁ କଲାଣି । ଶ୍ରେଣୀ ଗୃହରେ ପାଠ ପଢିବା ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିପଦ ଆଶଙ୍କାରେ ରହୁଛନ୍ତି । ଇନ୍ଦ୍ରାବତୀ ଦକ୍ଷିଣ କେନାଲକୁ ଏହି ବିଦ୍ୟାଳୟଟି ଲାଗି ରହିଛି । କେନାଲରେ ଜଳ ପ୍ରଭାହିତ ସମୟରେ କୋମଲମତି ଛାତ୍ରଛାତ୍ରୀ ବିପଦ ର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ ।

ଏହି ପରିପ୍ରେକ୍ଷୀରେ ସ୍କୁଲ ଚାରିପଟେ ପାଚେରୀ ନିର୍ମାଣ ଅନିବାର୍ଯ୍ୟ ହୋଇ ପଡିଛି । ସ୍କୁଲ ର ବହୁବିଧ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେ ହେଁ ଅଦ୍ୟାବଧି ସୁଫଳ ପାଇ ପାରି ନାହାନ୍ତି ।

ଏହି ବିଦ୍ୟାଳୟର ଆନୁସଙ୍ଗିକ ଭିତ୍ତିଭୂମି ଯଥା ନୂତନ ସ୍କୁଲଗୃହ, ପାଚେରୀ, ଶୌଚାଳୟ ଆଦି ନିର୍ମାଣ ଦିଗରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।