ପାଣିରେ ବୁଡ଼ିଯାଉଥିବା ଯୁବକକୁ ଉଦ୍ଧାର କରିଥିବା ଯୁବକଙ୍କ ମୃତ୍ୟୁ

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪): ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମରୁ ଭୋଜି କରିବାକୁ ବେଲଗାଁ ଦେଇଯାଇ ଥିବା ତେଲନଦୀକୁ ଯାଇ ପାଣିରେ ବୁଡି ଯାଉଥିବା ଯୁବକକୁ ଉଦ୍ଧାର କଲାବେଳେ ଉଦ୍ଧାର କରିଥିବା ଯୁବକର ଶୋଚନୀୟ ମୃତ୍ୟୁର ଶିକାର ହୋଇଛନ୍ତି ।

ପ୍ରକାଶ ଯେ ଏହି ଗ୍ରାମର ଯୁବକ ମାନେ ଏକ ଭୋଜିର ଆୟୋଜନ କରି ଉକ୍ତ ନଦୀ କଡରେ ଭୋଜି ରାନ୍ଧି ସାରି ଉକ୍ତ ତେଲ ନଦୀକୁ ଗାଧୋଇ ଯାଇଥିଲେ, ହେଲେ ଜଣେ ଦଶ ବର୍ଷର ବାଳକ (ରମଣ ନାମକ) ଓ କିଛି ଯୁବକ ଉକ୍ତ ଗାଧୋଇବା ଅବସ୍ଥାରେ ସେଲଫି ଫୋଟୋ ଉଠାଉ ଥିବା ବେଳେ ମୋବାଇଲ ସହ ପାଣିରେ ବୁଡ଼ୁ ଥିବା ବେଳେ ତାକୁ ଉଦ୍ଧାର ପାଇଁ ୧୮ ବର୍ଷୀୟ ଆଶୁତୋଷ ବିଶି (ପିତା ପୁର୍ଣଚନ୍ଦ୍ର ବିଶି) ପାଣିକୁ ଡେଇଁଥିଲେ । ବଞ୍ଚେଇବା ପାଇଁ ଯାଇ ଉକ୍ତ ବାଳକକୁ ଉଦ୍ଧାର କରିଥିଲେ କିନ୍ତୁ ଆଶୁତୋଷ ଗୁରୁତର ହୋଇ ଯାଇଥିଲେ । ପରେ ଟିଟିଲାଗଡ଼ ସବ୍ଡିଭିଜନ ଡାକ୍ତରଖାନା ଅଣାଯାଇଥିବା ବେଳେ ମୃତ ଘୋଷଣା କରାଯାଇଥିଲା ।

Comments are closed.