Friday, March 29, 2024

Top 5 This Week

Related Posts

ପାଞ୍ଜିକୁ ନେଇ ପୁଣିଥରେ ବିବାଦ

ରିପୋର୍ଟ : ସୁଭାସିସ ନାୟକ
ପୁରୀ, (୧୭/୦୪) : ଚଳିତ ବର୍ଷ ପାଞ୍ଜିକୁ ନେଇ ପୁଣିଥରେ ବିବାଦ ଉପୁଜିଛି । ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ବାରା ସ୍ଵୀକୃତ ପଞ୍ଜିକା ବିଶ୍ଵସ୍ଥନୀୟ ନୁହେଁ ବୋଲି ପାଞ୍ଜି ସମୀକ୍ଷକମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ରାଜ୍ୟରେ ପ୍ରକାଶିତ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଅସଲି ଖଡ଼ିରତ୍ନ ପଞ୍ଜିକା, ପରମେଶ୍ୱରୀ ପଞ୍ଜିକା ଓ ଶାରଳା ପଞ୍ଜିକାରେ ପଞ୍ଚାଙ୍ଗ ଗଣନା ସମାନ ରହିଥିବା ବେଳେ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସ୍ଵୀକୃତ ରାଧାରମଣ ପ୍ରେସ ପଞ୍ଜିକା ସଂପୂର୍ଣ୍ଣ ଭିନ୍ନ ରହିଛି । ପାଞ୍ଜିକୁ ନେଇ ଫଳରେ ଏହି ପଞ୍ଜିକା ଅନୁସରଣ କଲେ ଜନ୍ମ ଜାତକ, ପୁଷ୍କର ଦୋଷ, ଶ୍ରାଦ୍ଧ ଦିବସ ଓ ଲଗ୍ନ ଭୁଲ ହେବା ସମ୍ଭାବନା ରହିଛି ।

ପାଞ୍ଜି ସମୀକ୍ଷକ ଓ ଗଣକ ମାନଙ୍କ ପକ୍ଷରୁ ବାରମ୍ବାର ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ନିର୍ଭୁଲ ପାଞ୍ଜି ପ୍ରକାଶ ହେଉ ନାହିଁ ।

ମୁକ୍ତି ମଣ୍ଡପ ପଣ୍ଡିତ ସଭା ଅଧିନରେ ଥିବା ବିଭିନ୍ନ ବ୍ରାହ୍ମଣ ଶାସନରେ ଥିବା ବିଜ୍ଞ ଗଣକ, ପାଞ୍ଜିକା ଓ ଧର୍ମଶାସ୍ତ୍ରଜ୍ଞକୁ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭା ନିଜସ୍ଵ ପାଞ୍ଜି ପ୍ରଚଳନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।

Popular Articles