Thursday, March 28, 2024

Top 5 This Week

Related Posts

କରୋନାରେ ୪୦ ଲକ୍ଷ ଭାରତୀୟଙ୍କ ଯାଇଛି ଜୀବନ’ : ରାହୁଲ କହିଲେ-ସତ ଲୁଚାଉଛନ୍ତି ସରକାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୦୪) : କରୋନା ମହାମାରୀ ସହ ଲଢି ଆଗକୁ ବଢୁଛି ଦେଶ । କରୋନାର ପ୍ରଥମ ଲହରରୁ ଆରମ୍ଭ କରି ତୃତୀୟ ଲହରରେ ମହାମାରୀ ଅନେକଙ୍କ ଜୀବନ ନେଇଛି । ସରକାର ତଥ୍ୟ ଅନୁସାରେ ଦେଶରରେ କରୋନାରେ ୫ ଲକ୍ଷ ୨୧ ହଜାର ୭୫୧ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ସଂଖ୍ୟାକୁ ମିଛ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି, କରୋନାରେ ୫ ଲକ୍ଷ ନୁହେଁ ୪୦ ଲକ୍ଷ ଭାରତୀୟଙ୍କ ଜୀବନ ଯାଇଛି ।

ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି, ମୋଦୀ ଜୀ ସତ କହୁ ନାହାନ୍ତି, କାହାକୁ କହିବାକୁ ବି ଦେଉ ନାହାଁନ୍ତି । ସେ ଏବେ ବି ମିଛ କହୁଛନ୍ତି ଯେ, ଅକ୍ସିଜେନ ଅଭାବରୁ କାହାରି ଜୀବନ ଯାଇନି । ରାହୁଲ ଲେଖିଛନ୍ତି, ମୁଁ ପୂର୍ବରୁ କହିସାରିଛି କରୋନା ସମୟରେ ସରକାରଙ୍କ ଅବହେଳରୁ ୫ ଲକ୍ଷ ନୁହେଁ ୪୦ ଲକ୍ଷ ଭାରତୀୟଙ୍କ ମୃତ୍ୟୁ ହୋଇଛି । ସରକାର ନିଜ ଦାୟୀତ୍ୱ ପାଳନ କରି ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଡାଟା ଅନୁସାରେ ଦେଶରେ କରୋନା ର ସକ୍ରିୟ ମାମଲା ୧୧ ହଜାର ୫୫୮ ରେ ପହଞ୍ଚିଛି । ଅନ୍ୟପଟେ କରୋନାରେ ଜୀବନ ହାରିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୨୧ ହଜାର ୭୫୧ରେ ପହଞ୍ଚିଛି । ମନ୍ତ୍ରଣାଳୟ ର ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୪ କୋଟି ୨୫ ଲକ୍ଷ ୮ ହଜାର ୭୮୮ ଜଣ କରୋନା ର ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୪ କୋଟି ୩୦ ଲକ୍ଷ ୩୧ ହଜାର ୯୫୮ ଜଣ ସଂକ୍ରମିତ ହୋଇଛନ୍ତି ।

Popular Articles