ଡାକ୍ତରଖାନା ପରିସରରେ ଦୁଷ୍କର୍ମର ଶିକାର ହିମା ମାମଲାରେ ଅଭିଯୁକ୍ତର ହାଇକୋର୍ଟରେ ଜାମିନ ଆବେଦନ

0
163
ଡାକ୍ତରଖାନା ପରିସରରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୮/୦୪) : (ଜ:ପ୍ର) ଡାକ୍ତରଖାନା ପରିସରରେ ଦୁଷ୍କର୍ମ ର ଶିକାର ହିମା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମଦନ ଆଡଜୁଏଡ଼ ହାଇକୋର୍ଟରେ ଜାମିନ ଆବେଦନ କରିଛି । ଘଟଣା କ୍ରମରେ ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଉପଖଣ୍ଡ ସବ୍ଡିଭିଜନାଲ ସରକାରୀ ଡାକ୍ତରଖାନାରେ ନିଜ ଭିନ୍ନକ୍ଷମ ସାନ ଭାଇ କୁ ରକ୍ତ ଅଭାବ ଯୋଗୁଁ ଭର୍ତ୍ତି କରି ରଖିଥିଲେ ଭିନ୍ନକ୍ଷମ ୧୪ ବର୍ଷୀୟା ନାବାଳିକା ହିମାଦ୍ରୀ ସୁନା ।WhatsApp Image 2022 04 18 at 11.38.05 AM ଡାକ୍ତରଖାନା ପରିସରରେ ଦୁଷ୍କର୍ମର ଶିକାର ହିମା ମାମଲାରେ ଅଭିଯୁକ୍ତର ହାଇକୋର୍ଟରେ ଜାମିନ ଆବେଦନ

ହିମାଦ୍ରୀ ଙ୍କ ମାଆ ଡାକ୍ତରଖାନା ପରିସରରେ ତଳ ମହଲାରେ ରକ୍ତ ପାଇଁ ନିଜ ଭିନ୍ନକ୍ଷମ ୧୧ ବର୍ଷୀୟ ଶିଶୁ ସହ ଥିବା ବେଳେ ଡାକ୍ତରଖାନା କୁ ନିୟମିତ ଡାଲମା ଭାତ ଆଣିଦେଉ ଥିବା ତଥା ଆହାର କେନ୍ଦ୍ର ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଉକ୍ତ ଟିଟିଲାଗଡ଼ ସର୍ଗିଗୁଡା ନିବାସୀ ମଦନ ଆଡଜୁଏଡ଼ ନାମକ ଅଭିଯୁକ୍ତ । ଉପର ଶିଶୁ ମହଲାରେ ଥିବା ଭିନ୍ନକ୍ଷମ ହିମାଦ୍ରୀ କୁ କ୍ରମାଗତ ଦୁଷ୍କର୍ମ ର ଶିକାର କରିଆସୁଥିଲା ।

ହିମାଦ୍ରୀ ପ୍ରତିବାଦ ବି କରି ଆସୁଥିଲେ ହେଲେ ଅଭିଯୁକ୍ତ ମଦନ ତାଙ୍କୁ ଉକ୍ତ ବିଭାଗ ରୁ ଅନ୍ୟତ୍ର ନେଇ ଚାଲିଯାଉଥିଲା । ବଦଳ ରେ ନିୟମିତ ଡାଲମା ଭାତ ଦେଇ ଚାଲିଯାଉଥିଲା ଅଭିଯୁକ୍ତ ମଦନ । ରକ୍ତହୀନତା ଯୋଗୁଁ ଗୁରୁତର ଭାବେ ନିଜ ଭିନ୍ନକ୍ଷମ ଭାଇ କୁ ରକ୍ତ ତଥା ନିଜେ ଶାରୀରିକ ଅକ୍ଷମତା ଓ ପରିବାର ରେ ଅନ୍ୟ କୌଣସି ସାହାଯ୍ୟ ଅବା ସହଯୋଗ ପାଇଁ ନ ଥିବା ବେଳେ ନିରବ ରହିବା ଛଡା ହିମାଦ୍ରୀ ନିକଟରେ ଅନ୍ୟ ରାସ୍ତା ନ ଥିଲା ।

ହେଲେ ପରିଶେଷରେ ୧୪ ବର୍ଷୀୟା ହିମା କୁମାରୀ ମାତୃତ୍ୱ ର ବୋଝ ବୋହିଥିବା ଜଣାପଡ଼ିଥିଲା । ନିଜ ମାଆ ଉପରେ ବୋଝ ହୋଇ ରହିଥିବା ହିମା କଣ କରିବ କିଏ ସାହା ହେବ, ଯିଏ ଏହି ଦୁଇ ଭିନ୍ନକ୍ଷମ ସନ୍ତାନ ଙ୍କୁ ଖାଇବା କୁ ଦେବ ଓ ହିମା ର ଗର୍ଭରେ ଥିବା ସନ୍ତାନ ର ଯତ୍ନ ନେବ । କୁମାରୀ ମାତୃତ୍ୱ ର ବୋଝ ବୋଝେଇ ଥିବା ହିମା ସହ ଘଟିଥିବା ଦୁଷ୍କର୍ମ ନେଇ ସେ ଓ ତା’ର ମାଆ ଟିଟିଲାଗଡ଼ ଥାନା ର ଦ୍ୱାରସ୍ଥ ହୋଇଥିଲେ ।WhatsApp Image 2022 04 18 at 11.38.04 AM ଡାକ୍ତରଖାନା ପରିସରରେ ଦୁଷ୍କର୍ମର ଶିକାର ହିମା ମାମଲାରେ ଅଭିଯୁକ୍ତର ହାଇକୋର୍ଟରେ ଜାମିନ ଆବେଦନ

ଥାନାରେ କେସ ନଂ- ତା ୨୫/୨୦୨୧ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମଦନ ଆଡଜୁଏଡ଼ କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା । ହିମା ଗତ ଆଠ ମାସ ତଳେ ଗର୍ଭବତୀ ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ହୋଇ ପଡିବା ଯୋଗୁଁ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ ହୋଇ ସେଠି ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ଏବେ ତାର ଲାଳନ ପାଳନ ସହ ତାର ଓ ନିଜ ଭିନ୍ନକ୍ଷମ ଭାଇ ର ଯତ୍ନ କିଭଳି କରୁଛନ୍ତି ତାହା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି ।

ଅପର ପକ୍ଷରୁ ମାନ୍ୟବର ହାଇକୋର୍ଟ ରୁ ନିଜେ ହାଜର ହୋଇ ସବିଶେଷ ଘଟଣା ର ସତ୍ୟା ସତ୍ୟ ପ୍ରକାଶ କରିବା କୁ ସରକାରୀ ନୋଟିସ ଜାରି କରାଯାଇଛି । ତା ୨୧/୦୬/୨୦୨୧ ରିଖ, BLAPL NO/୪୨୯୩/୨୦୨୧ ଅନୁଯାୟୀ ଜାମିନ ଆବେଦନ କରିଥିବା ଜଣାଯାଇଛି । ବର୍ତ୍ତମାନ ଏବେ ନିଜ ପକ୍ଷ ରଖିବାକୁ ଉଚ୍ଚ ନ୍ୟାୟାଳୟ କଟକ କୁ କାହା ସହଯୋଗ ରେ ଓ କେମିତି ଯିବେ କୌଣସି ବରିଷ୍ଠ ଆଇନଜୀବୀ ଙ୍କ ସହାୟତା ପାଇ ପାରିବେ କି ? ବୋଲି ହିମା ଓ ତାଙ୍କ ମାଆ ଆମ ନିକଟରେ ପ୍ରକାଶ କରିଛନ୍ତି ।