KGF 2 Day 3 Box Office Collection: ଟକ୍କର ଦେବାକୁ କେହି ନାହାଁନ୍ତି

0
181
KGF 2

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୮/୦୪) : ସୁପରଷ୍ଟାର ୟଶ ଷ୍ଟାର ର KGF 2 ବକ୍ସ ଅଫିସରେ ଧମାଲ ମଚାଇଛି । ରେକର୍ଡ ପରେ ରେକର୍ଡ କରି ଚାଲିଛି ଏହି ଫିଲ୍ମ । ରେକର୍ଡିଂ ବ୍ରେକିଂ ଓପନିଂ ପରେ ୟଶଙ୍କ ଫିଲ୍ମର ନିଜର ଏହି ସଫଲତାକୁ ବଜାୟ ରଖିବାକୁ ଚେଷ୍ଟା କରୁଛି ।

KGF 2 ଫିଲ୍ମଟି ଯେମିତି ଆରମ୍ଭ କରିଥିଲା, ଠିକ୍ ସେହି ପରି ଆଗକୁ ବଢୁଛି । କେବଳ ହିନ୍ଦୀ ଭର୍ସନରେ ଫିଲ୍ମଟି ଏ ପର୍ଯ୍ୟନ୍ତ ୧୪୩ କୋଟି ଆୟ କରି ସାରିଛି । ଫିଲ୍ମ ର ଆୟ କେତେ ରହିଛି ଏହାର ସୂଚନା ଟ୍ରେଡ ଏନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍ ଜରିଆରେ ଦେଇଛନ୍ତି ।

ତରଣ ଆଦର୍ଶ କେଜିଏଫ -୨ ର ବକ୍ସ ଅଫିସ ଆଦାୟ ଉପରେ ଟୁଇଟ୍ କରି ସୂଚନା ଦେଇଛନ୍ତି । କେଜିଏଫ ୨ ଆଉ ଏକ ରେରର୍ଡ ବ୍ରେକି କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ । ଫିଲ୍ମ ର ତୃତୀୟ ଦିନ ଜବରଦସ୍ତ ରହିଛି । ଫିଲ୍ମ ମେଟ୍ରୋ ସହରରେ ଜବରଦସ୍ତ ବିଜନେସ୍ କରୁଛି । ମାତ୍ର ତିନି ଦିନରେ ଫିଲ୍ମର ଓ୍ଵାର୍ଲ୍ଡ ଓ୍ଵାଇଡ କଲେକ୍ସନ ୩୦୦ କୋଟି ଉପରେ ରହିଛି ।

ତରଣ ଆଦର୍ଶ କେଜିଏଫ-୨ କୁ ବକ୍ସ ଅଫିସରେ ମୁନଷ୍ଟାର ଦର୍ଶାଇଛନ୍ତି । ଆୟ ମାମଲାରେ ଫିଲ୍ମଟି ହିନ୍ଦୀ ଭର୍ସନରେ ୫୩ କୋଟି ୯୫ ଲକ୍ଷ ଟଙ୍କା ବ୍ୟବସାୟ କରିଥିଲା । ଦ୍ଵିତୀୟ ଦିନରେ ଏହା ୪୬ କୋଟି ୭୯ ଲକ୍ଷ ଆୟ କରିଛି । ପୁଣି ଫିଲ୍ମଟି ଶନିବାର ତୃତୀୟ ଦିନରେ ୪୨ କୋଟି ୯୦ ଲକ୍ଷ ଟଙ୍କା ଆୟ କରିଛି । ରବିବାର ଅଧିକାଂଶ ଲୋକଙ୍କ ଛୁଟି ଥିବାରୁ ଦେଖିବା ବାକି ରହିଲା ଫିଲ୍ମଟି ରବିବାର କଣ କମାଲ କରୁଛି ।