ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ : ୫୦ ୟୁନିଟ ରକ୍ତ ସଂଗ୍ରହ

0
173
ବିଜୁ ବାବୁଙ୍କ

ରିପୋର୍ଟ : ବିରଞ୍ଚି ପ୍ରସାଦ
ଗୁଣପୁର, (୧୭/୪) : ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଆଜି ବିଜେଡି ପକ୍ଷରୁ ପାଳନ କରାଯାଇଛି ।

ଏ ନେଇ ସ୍ଥାନୀୟ ନୂତନ ବସ ଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଉପଖଣ୍ଡ ଚିକିତ୍ସାଳୟ ରେ ଥିବା ରୋଗୀ ଙ୍କୁ ଫଳ ବିସ୍କୁଟ ଏବଂ ପାଉଁରୁଟି ବଣ୍ଟନ କରାଯାଇଥିଲା । ପରେ ସ୍ଥାନୀୟ ଟାଉନହଲ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ମୋଟ ୫୦ ୟୁନିଟ ରକ୍ତ ସଂଗୃହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ, ପଦ୍ମପୁର ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝି, ଯୁବନେତା ରାମ ପଣ୍ଡା, ଜିଲ୍ଲା ଯୁବ ଛାତ୍ର ଜନତା ଦଳ ସଭାପତି ଵିଷ୍ଣୁ ପଣ୍ଡା, ବରିଷ୍ଠ ବିଜେଡି ନେତା, ରାଜେନ୍ଦ୍ର ସାହୁ, ଅଶ୍ଵିନୀ ଗମାଙ୍ଗ, ଜିତୁ ପଣ୍ଡା, ରିଣ୍ଟୁ ଦାଶ, ଶାନ୍ତୁ ପଟନାୟକ, ଗଣେଶ ପଣ୍ଡା, ରମେଶ ଲିମା, ମଣ୍ଟୁ ମହାରଣା, ଚନ୍ଦ୍ର ମଉଳି ଆଚାରୀ, ପ୍ରଶାନ୍ତ ଦୋଳାଇ, ରଘୁନନ୍ଦନ ନାୟକ, ସୁଜିତ ଶତପଥିଙ୍କ ସମେତ ଗୁଣପୁର ନିର୍ବାଚନ ମଣ୍ଡଳୀ ର ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।