Thursday, March 28, 2024

Top 5 This Week

Related Posts

ପୁଲିସ ଓ ପରିବହନ ବିଭାଗ ତରଫରୁ ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୭/୪) : ଓଡିଶା ସରକାରଙ୍କ ପରିବହନ କମିଶନର ଙ୍କ ନିର୍ଦ୍ଦେଶାନୁଯାୟୀ ରାତିରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୁଲିସ ଓ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା l

ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ସମୁଦାୟ ୨୦ ଟି ମାମଲା ଚିହ୍ନଟ କରାଯାଇଥିଲା, ୫ ଟି ଗାଡି ଚାଳନା ପ୍ରମାଣ ପତ୍ର ସ୍ଥଗିତ ରଖାଯାଇଥିଲା ଓ ୨୦ ଟି ବିଭିନ୍ନ ଗାଡି କୁ ଅଟକ ରଖାଯାଇଥିବା ବେଳେ ୧୭ ଜଣ ଡ୍ରାଇଭର ଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଏହି ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମ ଆର ଟି ଓ ଏବଂ ଏସ ଡି ପି ଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୁଲିସ ଓ ପରିବହନ ବିଭାଗ ର ଅଧିକାରୀଙ୍କ ଦ୍ୱାରା ଜିଲ୍ଲାରେ ଏକକାଳୀନ ଜିଲ୍ଲା ସଦର ମହକୁମା ସହ ବିଭିନ୍ନ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

Popular Articles