ବିଜୁବାବୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ

0
306
ବିଜୁବାବୁ ଙ୍କ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୪) : କାଶୀନଗର ନଗର ଓ ବ୍ଲକ ବିଜେଡ଼ି ପକ୍ଷରୁ ବିଜୁବାବୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।

ଆଜି କାଶୀନଗର ନଗର ବିଜେଡ଼ି ଓ ବ୍ଲକ ବିଜେଡ଼ି ତରଫରୁ ବିଜୁବାବୁ ଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡ଼ି ସଭାପତି ଆର୍ ରାମ୍ ପ୍ରସାଦ ଟାଉନ୍ ସଭାପତି ରଘୁରାମ ସାହୁ ଙ୍କ ନେତୃତ୍ୱରେ ପାଳିତ ଏହି ଉତ୍ସବ ରେ ପୌର ଅଧ୍ୟକ୍ଷା ଏମ୍ ସୁଧା ରାଣୀ, ବ୍ଲକ ଅଧ୍ୟକ୍ଷା ବାଲା ସୟମ୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ଯୁବ ନେତା ଇଂ ରୁପେଶ୍ ପାଣିଗ୍ରାହୀ, ବସନ୍ତ ଦାସ ଓ କାଶୀନଗର ବ୍ଲକ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ ।

ବିଜୁ ବାବୁଙ୍କ ସ୍ମୃତି ଚରଣ କରାଯାଇଥିଲା । ଏହାପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜୀବନ ବିନ୍ଦୁ ସଂଯୋଜନା ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ ମରୁତ ପାଳ, ଲକ୍ଷ୍ମୀ ପରିଛା, ଅଖିଳ କୁମାର ପାତ୍ର, ସଞ୍ଜୟ ମିଶ୍ର, ଯୋଗ ଦେଇଥିଲେ । ପ୍ରାୟ ୫୦ ୟୁନିଟ ରକ୍ତ ସଂଗ୍ରହ ର ଲକ୍ଷ ରଖାଯାଇଛି ବୋଲି ଶ୍ରୀ ରଘୁ ରାମ ସାହୁ କହିଛନ୍ତି ।