Related Contents

ପାକିସ୍ତାନର ୧୨ ଜଣ ଯବାନ ସହିଦ, ଭାରତୀୟ ସେନାର କଠୋର ଜବାବ

ନୂଆଦିଲ୍ଲୀ (ଓଡିଶା ନ୍ୟୁଜ୨୪): ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିବାରୁ ଭାରତୀୟ ସେନା ତାର କଠୋର ଜବାବ ଦେଇଛି ।

ଗତମାସରେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣ ପରେ ପାକିସ୍ତାନ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି । ଏହାଦ୍ୱାରା କେବଳ ଭାରତୀୟ ସେନା ନୁହେଁ, ସାଧାରଣ ଲୋକେ ମଧ୍ୟ ମୃତାହତ ହେଉଛନ୍ତି ଓ ଧନଜୀବନ ହାନୀ ହେଉଛି । ଆଉ ପ୍ରତିଥର ଭାରତୀୟ ସେନା ପାକିସ୍ତାନର ଏଭଳି ଦୃଢ ସାହସର ଉଚିତ୍ ଜବାବ ଦେଇଛି । ଭାରତୀୟ ସେନା ନିୟନ୍ତ୍ରଣ ରେଖା ନିକଟରେ ଏକ ବଡ଼ଧରଣର ଅପରେଶନ ଚଳାଇ ପ୍ରାୟ ୨ଜଣ ଅଫିସରଙ୍କ ସମେତ ୧୨ଜଣ ପାକିସ୍ତାନ ସେନାଙ୍କୁ ମାରିଦେଇଛି । ଏହି ଘଟଣାରେ ପ୍ରାୟ ୨୨ଜଣ ପାକିସ୍ତାନୀ ସୈନିକ ଆହତ ହୋଇଛନ୍ତି । କାଶ୍ମୀରର ସୁନ୍ଦରବନୀ ଇଲାକାରେ ଏହି ଆକ୍ରମଣ ହୋଇଥିଲା । ଗୁରୁବାର ପାକିସ୍ତାନ ପଟୁ ଗୁଳିମାଡ଼ ଯୋଗୁ ଜଣେ ଭାରତୀୟ ରାଇଫଲମ୍ୟାନ ସହିଦ ହୋଇଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଉପରୋକ୍ତ ଅପରେଶନ କରିଥିଲା । ତେବେ ଏହି ଘଟଣାକୁ ସେନା ପକ୍ଷରୁ ଯଥାସମ୍ଭବ ଗୁପ୍ତ ରଖାଯାଇଛି । ଗତକାଲି ପାକିସ୍ତାନର ଏକ ଏମଆଇ-୧୭ ହେଲିକାପ୍ଟର ଭାରତ ସୀମା ଭିତରକୁ ଆସି ପାକିସ୍ତାନୀ ସୈନିକଙ୍କ ମୃତଦେହକୁ ନେଇଯାଇଥିଲେ । ଭାରତୀୟ ସେନା ପକ୍ଷରୁ ପାକ୍ ସେନାକୁ ଏହି ମୃତଦେହଗୁଡିକ ହସ୍ତାନ୍ତର କରାଯାଇଥିଲା ।

Comments are closed.