ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୦୪) : ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ l ବୈପାରୀଗୁଡା ସ୍ଥିତ ବିଜେଡି କାର୍ଯାଳୟ ଠାରେ ଆଜି ସକାଳେ ବ୍ଳକ ବିଜେଡ଼ି ଆନୁକୂଲ୍ୟରେ କଳିଙ୍ଗ ର ବରପୁତ୍ର ତଥା ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ଜିଲ୍ଲା ଉପସଭାପତି ବିଶ୍ୱଜିତ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଦଳୀୟ କର୍ମୀ ଏକତ୍ରିତ ହେବା ପରେ ଆୟୋଜିତ ବୈଠକରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଗୁଣ କୀର୍ତ୍ତନ କରିବା ସହ ଜୀବନ କାହାଣୀ ସର୍ମ୍ପକରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ବୈପାରୀଗୁଡା ତଥା ଆଖ ପାଖ ଗ୍ରାମ ର ଆସିଥିବା ଲୋକଙ୍କୁ ମଧ୍ୟ ମେଡ଼ିକାଲରେ ଫଳ ବଣ୍ଟନ କରାଯାଇଛି l ଏହି ଅବସରରେ ସ୍ଥାନୀୟ ବରିଷ୍ଟ ନେତା ମଧ୍ୟରୁ ସାଥୀରମ ନାୟକ, ଜଗଦୀଶ ଜେନା, ରାଧାକାନ୍ତ ପାଢ଼ୀ, ରମେଶ ସ୍ୱାଇଁ, ସଦା ମଲିକ, ଅଶୋକ ଦାସ, ମାନସ ଜଗଦେବ, ବିରଞ୍ଚି ନାରାୟଣ ପତ୍ର, ପ୍ରଦୀପ ଗୌଡ଼, ସୁଶାନ୍ତ ସାହୁ, ଗୁରୁପ୍ରଦ ପ୍ରଧାନୀ, ପି. ଭେଙ୍କଟ ରାଓ, ରିତୁ ଜେନା, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l