Advertisements
Tuesday, June 2, 2020
Home Farmer Issue ପ୍ରଶାସନର ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ଫେଲ୍, ପୋଡୁଚାଷ ପାଇଁ ଭୁସ୍ଥଳ ପାଣି ଶୁଖୁଛି

ପ୍ରଶାସନର ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ଫେଲ୍, ପୋଡୁଚାଷ ପାଇଁ ଭୁସ୍ଥଳ ପାଣି ଶୁଖୁଛି

ଲମତାପୁଟ (କପିଳେନ୍ଦ୍ରଦେବ ସାମନ୍ତରାୟ): କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଓ ବୈପାରୀଗୁଡା ବ୍ଲକରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏପଟେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭି.ଏସ୍.ଏସ୍ , ଜାଇକା ଅଜୟ ନାମରେ ପ୍ରକଳ୍ପ ଗାଁ ଗୁଡ଼ିକରେ କାର୍ଯ୍ୟ କରୁଛନ୍ତି ।

ପ୍ରତ୍ୟେକ ଗାଁରେ ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର ଓ ଗାଁ ମାନଙ୍କରେ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ହୋଉଥିବା ଜିନିଷ ଗୁଡ଼ିକ ଦେଇ ସଚେତନତା ସୃଷ୍ଟି କରିବା ସହ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏପଟେ ଥିବା ଜଙ୍ଗଲ ସବୁ ସଫାକରି ଓ ପଡୁଚାଷ କରୁଛନ୍ତି । ନିଜର ଚାଷ ଜମିରେ ଅର୍ଥ ଲୋଭରେ ନିଳଗିରି ଗଛ ଲଗାଉଛନ୍ତି । ଗୋଟିଏ ଜମିରେ ଥରେ ନିଳଗିରି ଗଛ ଲାଗିଲେ ତାହା ଦୁଇଟି ପର୍ଯ୍ୟାୟରେ ଫଳ ଦେଇଥାଏ କିନ୍ତୁ ସେହି ଜମିରେ ଘାସ ଗଛ ଉଠିବା ପାଇଁ କେତେ ଯୁଗ ଲାଗି ଜାଇଥାଏ । ଏହି ଗଛ ପାଇଁ ଓ ଭୁସ୍ଥଳରେ ପାଣି ଘୋର ଅଭାବ ଦେଖାଦେଇଛି । କାରଣ ଗୋଟାଏ ଗଛ ଦିନକୁ ୫୦ ରୁ ୮୦ ଲିଟର ପର୍ଯ୍ୟନ୍ତ ପାଣି ପିଇଥାଏ । ଆଗାମୀ ଦିନରେ ଏହି ଗଛ ରୋପଣ ପାଇଁ ଓ ଗାଁ ଗୁଡ଼ିକର ଜଙ୍ଗଲର ପଡୁଚାଷ ଯଦି ରୋକା ନ ଗଲେ ଭବିଷ୍ୟତର ପିଢ଼ି ପାଇଁ ବହୁ ସମସ୍ୟା ଉଭା ହୋଇ ଜିବନକୁ ଅସ୍ତବ୍ୟସ୍ତ କରିଦେବ ବୋଲି ଜଣାପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: