ବରୀରେ ଜିଲାପାଳ ଓ ଏସପିଙ୍କ ନିର୍ବାଚନ ସମୀକ୍ଷା ବୈଠକ

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବରୀ ବ୍ଲକ ପରସରରେ ଏକ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବରୀ ବ୍ଲକ ମଣ୍ଡଳ ଉନୟନ ଅଧିକାରୀ ପ୍ରଭାଷ ବେଉରାଙ୍କ ସଭାପତିତ୍ୱରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯୋଗ ଦେଇ କିପରି ଭାବେ ବରୀ ନିର୍ବାଚନ ମଣ୍ଡଳୀରେ ମତଦାନ ସୁରୁଖୁରୁରେ ହେବା ସହ ଭିନ୍ନକ୍ଷମ ବ୍ୟକ୍ତି ମାନେ କିପରି ଭାବେ ସୁବିଧା ସହଯୋଗରେ ମତଦାନ କରିପାରିବେ ଟ ଉପରେ ଆଲୋଚନା ହୋଇଥିଲା | ତାହା ସହ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା ହେବ ଓ ଆଇନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ବୁଥ ଗୁଡିକରେ କିପରି ମତଦାତା ମାନେ ଶାନ୍ତି ଶୃଙ୍ଖଳାରେ ମତଦାନ କରିବେ ସେଥିପାଇଁ ଗୁରୁତ୍ୱ ଦେଇଥିବା ସହ ଅଧିକ ବିଶୃଙ୍ଖଳା ଥିବା ବୁଥ ଗୁଡିକ ପରିଦର୍ଶନ କରିଥିଲେ | ଆଜିର ବୈଠକରେ ଯାଜପୁର ଆରକ୍ଷି ଅଧିକ୍ଷକ ଚରଣ ସିଂ ମିନାଙ୍କ ସହ ବରୀ ଥାନା ଆଇଆଇସି ଚକ୍ରପତି କୁଅଁର ଓ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲ, ବି ଇ ଓ ଅଭୟ କୁମାର ବେହେରାଙ୍କ ସହ ବରୀ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

Comments are closed.