Related Contents

ହୋଲି ଖେଳ ପରେ ଗାଧୋଇବାକୁ ଯାଇ ପରିବାରର ୩ଜଣଙ୍କ ମୃତ୍ୟୁ

ସମ୍ବଲପୁର (ଓଡିଶା ନ୍ୟୁଜ୨୪): ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଖେରୁଆଲ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

ମୃତକମାନେ ହେଲେ ରାଜୁ ପାଶୱାନ୍‌, ତାଙ୍କର ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶୱାନ୍‌ । ରାଜୁଙ୍କ ଘର ବିହାରର ବନାହି ଗାଁରେ । ତେବେ ସେ ଏଠାରେ ତାଙ୍କ ପରିବାର ସହ ରହୁଥିଲେ । ଗତକାଲି ଏମାନେ ସମସ୍ତେ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ସନ୍ଧ୍ୟା ଯାଏ ନ ଫେରିବାରୁ ପରିବାର ଲୋକେ ଠେଲକୋଲୋଇ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ଦମକଳ ବାହିନୀ ସହାୟତାରେ ୩ ଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Comments are closed.