Advertisements

ପ୍ରଥମ ଲୋକପାଳ ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ ପିନାକୀ ଘୋଷ

ନୂଆଦିଲ୍ଲୀ (ଓଡ଼ିଶା ନ୍ୟୁଜ୨୪): ଜଷ୍ଟିସ ପିସି ଘୋଷ ଦେଶର ପ୍ରଥମ ଲୋକପାଳ ଭାବରେ ଆଜି ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ପିନାକୀ ଘୋଷଙ୍କୁ ଏହି ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଏମ. ଭେଙ୍କେୟାନାଇଡ଼ୁ ଏବଂ ଭାରତର ମୁଖ୍ୟ ନ୍ୟାୟଧୀଶ ରଞ୍ଜନ ଗୋଗୋଇ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଜଷ୍ଟିସ ପିନାକୀ ଘୋଷଙ୍କ ମାନବିକତା ଓ ତୀକ୍ଷ୍ନ ବା ବିଚକ୍ଷଣ ବୁଦ୍ଧି ପାଇଁ ଲୋକେ ବେଶ ଜାଣନ୍ତି । ସେ ପୂର୍ବରୁ ଉଚ୍ଚତମ ନ୍ୟାୟାଳୟରେ ଜଜ ଭାବେ କାର୍ଯ୍ୟରତ ଥିଲେ ଏବଂ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଚିଫ ଜଷ୍ଟିସ ଏବଂ ମାନବାଧିକାର ଆୟୋଗର ସଦସ୍ୟ ମଧ୍ୟ ଥିଲେ । ସେ ସୁପ୍ରିମକୋର୍ଟରେ ନିଜ କାର୍ଯ୍ୟକାଳ ମଧ୍ୟରେ ଏକ ବିରାଟ ଶୁଣାଣୀ କରିଥିଲେ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନିକଟତର ମହିଳା ଶଶୀକଳାଙ୍କ ଆୟବହିର୍ଭୁତ ସମ୍ପର୍ତ୍ତି ଆୟ ଠାରୁ ଅଧିକ ଥିବା ଘଟଣାରେ ଜଷ୍ଟିସ ପିସି ଘୋଷ ଣୁଣାଣୀ କରି ଚର୍ଚ୍ଚାରେ ରହିଥିଲେ । ଏହି ଶୁଣାଣୀରେ ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଚେଷ୍ଟା କରିଥିଲେ । ସେତେବେଳକୁ ଜୟଲଳିତାଙ୍କ ମୃତ୍ୟୁ ହୋଇସାରିଥିଲା । ଜଷ୍ଟିସ ପିସି ଘୋଷଙ୍କ କିଛି ମହତ୍ୱପୂର୍ଣ୍ଣ ନିଷ୍ପତି : ଜଷ୍ଟିସ ଘୋଷ ଓ ଚିଫ ଜଷ୍ଟିସ ଏଚ.ଏଲ ଦତ୍ତୁ ଓ ଜଷ୍ଟିସ କଲୀଫୁକ୍ଲାଙ୍କ ସହ ସେହି ପୀଠର ମଧ୍ୟ ସଦସ୍ୟ ଥିଲେ ,ଯେଉଁମାନେ ନିର୍ଣ୍ଣୟ କରିଥିଲେ ଯେ ସିବିଆଇ ପକ୍ଷରୁ ଅଭିଯୋଗ ଆସିଥିବା ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ସଜ୍ଜା ଓ କ୍ଷମା ଦେବାର ଅଧିକାର ରାଜ୍ୟ ସରକାରଙ୍କ ପାଖରେ ନାହିଁ । ସେ ଜଷ୍ଟିସ ରାଧାକୃଷ୍ଣଙ୍କ ସହ ପୀଠରେ ରହିବା ବେଳେ ଜଲ୍ଲିକାଟୁ ଓ ବେଲଗାଡ଼ି ଦୈାଡ଼ ପଶୁଙ୍କ ଉପରେ ଏହା କ୍ରୁର ଅତ୍ୟାଚାର ଦର୍ଶାଇ ଏହା ଉପରେ ରୋକ ଲଗାଇଥିଲେ । ଅରୁଣାଚଳରେ ରାଷ୍ଟ୍ରପତି ଶାସନ ନିଷ୍ପତିକୁ ବିରୋଧ କରିବା କ୍ଷେତ୍ରରେ ମଧ୍ୟ ସେ ସାମିଲ ଥିଲେ । ସରକାରୀ ବିଜ୍ଞପ୍ତି ଉପରେ ମଧ୍ୟ ନିଷ୍ପତି ନେଉଥିବା ବିଭାଗର ମଧ୍ୟ ସେ ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ ।

Advertisements

Comments are closed.