ଗୁଡାରି ବ୍ଳକ ଗସ୍ତ ରେ ରାୟଗଡ଼ା ଜିଲ୍ଲାପାଳ

0
244
ଗୁଡାରି ବ୍ଳକ ଗସ୍ତ

“ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ଅନୁଧ୍ୟାନ “

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା/ଗୁଡାରି, ତା(୧୬/୦୪) : ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ଗୁଡାରି ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡାରି ପଞ୍ଚାୟତ ସମିତି ର 5T ଅନ୍ତର୍ଗତ ରୂପାନ୍ତରୀକରଣ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ସମୀକ୍ଷା ଓ ଅନୁଧ୍ୟାନ କରିଥିଲେ ।

ଆଜି ଗୁଡାରି ବ୍ଳକ ଗସ୍ତ ରେ ବ୍ଲକର ମଧୁବନ ଗ୍ରାପ ଅନ୍ତର୍ଗତ ବାଲିଗୁଡା ଗସ୍ତକରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମାଣ ହେଉଥିବା ପୋଖରୀ ଓ ମିଶନ ଶକ୍ତି ଗୃହ ଅନୁଧ୍ୟାନ କରିଥିଲେ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ସମ୍ପାଦକ ଓ ଗ୍ରାମ ବାସୀମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଅଭିଯୋଗ ଶୁଣିଥିଲେ l ମଧୁବନ ଗ୍ରାମ ପଞ୍ଚାୟତ ସରପଞ୍ଚ ସହିତ ପିଇବା ପାଣି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l
ଏହାପରେ ଅଶଡ଼l ଗ୍ରାମ ପାଞ୍ଚାୟତ ର ଅଶଡ଼l ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସିରିଗୁଡି ଗ୍ରାମ ପାଞ୍ଚାୟତ ର ଭୁରୁକୁଡ଼ି ଏନଏସବି ଉଚ୍ଚ ବିଦ୍ୟାଳୟ, କଦମା ଉଚ୍ଚବିଦ୍ୟାଳୟ,ଏମ.କେ. ରାୟ ଗ୍ରାମ ପାଞ୍ଚାୟତ ର ଡ଼ଃ ଗିରିଧାରୀ ଉଚ୍ଚବିଦ୍ୟାଳୟ, ଗୁଡାରି ସରକାରୀ ଉଚ୍ଚବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ୬ଟି ବିଦ୍ୟାଳୟ ର କାର୍ଯ୍ୟ ପରଖି ଥିଲେ ଏବଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତମାନ ର କରିବା ନିମନ୍ତେ ଵିଶେଷକରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ପାଠାଗାର, ଖେଳ ପଡ଼ିଆ ଆଦି ବ୍ୟବସ୍ଥା କରାଯିବା ଉପରେ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ l ଏହି ଗସ୍ତବେଳେ ଜିଲ୍ଲାପାଳ ତୁରନ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଗସ୍ତବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ, ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଗୁଡାରି ବି.ଡି.ଓ ନୃସିଂହ ଚରଣ ସେଠୀ, ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବାରିହା, ତହସିଲଦାର ଗୁଡାରି, ଏନଏସି ନିର୍ବାହୀ ଅଧିକାରୀ, ଏ.ଇ.ଇ, ସଂପୃକ୍ତ ଗ୍ରା.ପ ଗୁଡିକର ପିଇଓ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।