ମୂଖ୍ୟ ଶାସନ ସଚିବଙ୍କ କୋରାପୁଟ ଗସ୍ତ

0
331
ମୂଖ୍ୟ ଶାସନ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୬/୪) : ଓଡିଶା ସରକାରଙ୍କ ମୂଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି କୋରାପୁଟ ଓ ଜୟପୁର ଗସ୍ତ କରିଥିବା ଜଣାପଡିଛି ।

ମୂଖ୍ୟ ଶାସନ ସଚିବ ଜୟପୁର ଠାରେ ସେ ବିମାନ ଘାଟି ନିର୍ମାଣ କାର୍ଯ୍ୟ ର ସମୀକ୍ଷା କରିଥିବା ବେଳେ ୨ ମାସ ମଧ୍ୟରେ ଜୟପୁର ଠାରେ ବାୟୁ ସେବା ଆରମ୍ଭ ହେବା ଆଶା ବ୍ୟକ୍ତ କରିଛନ୍ତି । ମାନ୍ୟବର ବିଧାୟକ ଓ ଜିଲ୍ଲାପାଳ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଓ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କ ଗହଣରେ ଶ୍ରୀ ମହାପାତ୍ର ସମ୍ପୂର୍ଣ୍ଣ ଜଗନ୍ନାଥ ସାଗର ଅଞ୍ଚଳ ପରିଦର୍ଶନ କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଓ ପରିପାର୍ଶ୍ଵିକ ଉନ୍ନୟନ ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଏଥି ସହିତ ସମସ୍ତ ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିବା ଜଣାପଡିଛି । ୬୫୦ ଶଜ୍ୟା ବିଶିଷ୍ଟ ଭେଷଜ ମହାବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିବା ଜଣାପଡିଛି । ଜାତୀୟ ରାଜପଥ ପ୍ରାଧିକରଣ ର କାର୍ଯ୍ୟାନ୍ଵୟନ ଏକାଂଶ ର ସମୀକ୍ଷା କରିବା ସହ ମୌସୁମୀ ଆଗମନ ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାମ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଶ୍ରୀ ମହାପାତ୍ର ହିତାଧିକାରୀ ମାନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ କରି ଜମି ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ସାରିବାକୁ ଗୁରୁତ୍ବାରୋପ କରିଥିବା ଜଣାପଡିଛି ।

ଭାରତମାଳା ସମୀକ୍ଷା ସ୍ଥଳରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ, CLAA, ସେମିଳିଗୁଡ଼ା, ତଥା ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିବା ଜଣାପଡିଛି ।