କୋରାପୁଟ ଲୋକସଭାରେ ତ୍ରିମୁଖୀ ଲଢେଇ ପାଇଁ ପ୍ରସ୍ତୁତ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): କୋରାପୁଟ ଲୋକସଭା ନିର୍ବାଚନ ମୈଦାନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ରାଜନୀତିକ ଉଷ୍ଣତା ଜମିବାରେ ଲାଗିଛି |

ବହୁ ପୂର୍ବରୁ ବିଜୁ ଜନତା ଦଳ ତାହାର ପ୍ରାର୍ଥୀ ରୂପେ ବର୍ତ୍ତମାନର ଲୋକସଭା ସାଂସଦ ଝିନ ହିକକାଙ୍କ ସ୍ତ୍ରୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀନୀ ରୂପେ ଘୋଷଣା କରିଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପୁତ୍ର ସପ୍ତଗିରି ଉଲାକା ଓ ଭାରତୀୟ ଜନତା ଦଳ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ନାମ ଘୋଷଣା ପରେ ରାଜନୀତିକ ଉଷ୍ଣତା ଜମିବାରେ ଲାଗିଛି | ଘଟଣାରୁ ପ୍ରକାଶ ଯେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ରୂପେ ପରିଚିତ ଏହି ଆସନରୁ ଗିରିଧାରୀ ଗମାଙ୍ଗ ଲଗାତର ବିଜୟ ହାସଲ କରିଆସୁଥିଲେ | ଗୋଟିଏ ଥର ଗିରିଧାରୀଙ୍କ ସ୍ତ୍ରୀ ହେମା ଗମାଙ୍ଗ ଲୋକସଭା ସଦସ୍ୟା ହୋଇଥିଲେ ୨୦୦୯ ରୁ ଏହି ଆସନରୁ ଜୟରାମ ପାଙ୍ଗି ବିଜେଡିରୁ ନିର୍ବାଚିତ ହୋଇ କଂଗ୍ରେସର ବିଜୟ ଧାରାରେ ରୋକ ଲଗାଇଥିଲେ |

୨୦୧୪ରେ ବିଜେଡି ପ୍ରାର୍ଥୀ ଝିନ ହକିକ ବିଜୟ ହୋଇଥିଲେ କିନ୍ତୁ ବର୍ତ୍ତମାନ ୨୦୧୯ ନିର୍ବାଚନ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅତ୍ୟନ୍ତ ରୋମାଞ୍ଚକର ପରିସ୍ଥିରେ ଗୋତି କରିବାରେ ଲାଗିଛି | କଂଗ୍ରେସ ଟିକେଟ ନିମନ୍ତେ ଦୁଇ ଗୋଷ୍ଠି ତରାଵହନୀପତି ଓ ପ୍ରଦୀପ ମାଝୀ ନିଜର ପ୍ରାର୍ଥୀ ନିମନ୍ତେ ଲବି ଲଗାଇଥିଲେ କିନ୍ତୁ କଂଗ୍ରେସ ଟିକେଟ ଘୋଷଣା ପରେ କଂଗ୍ରେସ ଦଳରେ ଅସନ୍ତୁଷ୍ଟ ଦେଖାଦେଇଛି | ଠିକ ସେହିପରି ବିଜେଡିର ବର୍ତମାନର ସାଂସଦ ଝିନ ହିକକା ପରିସ୍ଥିତି ଖରାପ ଥିବାରୁ ତାଙ୍କ ସ୍ତ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିଛି | ବହୁବାଦ ବିଦାଦ ପରେ ବିଜେପି ତାହାର ପ୍ରାର୍ଥୀ ରୂପେ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ନାମ ଘୋଷଣା କରିଛି | ବିଜେପି ଟିକେଟ ନିମନ୍ତେ ଗିରିଧାରୀ ଗମାଙ୍ଗ ଓ ଜୟରାମ ପାଙ୍ଗି ପ୍ରବଳ ଦାବିଦାର ଥିଲେ ପରିଶେଷରେ ବିଜେପି କର୍ତ୍ତୃପକ୍ଷ ଜୟରାମ ପାଙ୍ଗିଙ୍କ ନାମ ଉପରେ ମୋହର ମାରିଛି | ବର୍ତ୍ତମାନ ଭୋଟର କାହାକୁ ନିର୍ବାଚିତ କରୁଛନ୍ତି ଦେଖିବାର ବାକି ରହିଲା |

Comments are closed.