ନଳକୂପରେ ଚାନ୍ଦିନୀ ନିର୍ମାଣ କୁ ଦାବି

ମୁରିବାହାଲ (ଭଗବାନ ମହାନ୍ତି): ମୁରୀବାହଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ର ଗୋଇମୁଣ୍ଡ ଗ୍ରାମରେ ନଳକୂପ ଗୁଡିକରେ ଚାନ୍ଦିନୀ ନିର୍ମାଣ କରାଯାଇନଥିବା ଅଭିଯୋଗ ହୋଇଛି |

ଗ୍ରାମାଞ୍ଚଳ ର ଲୋକଙ୍କୁ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷରେ ଜଳଯୋଗାଣ ପ୍ରକଳ୍ପ ସହ ନଳକୂପ ଗୁଡିକର ସୁପରିଚାଳନା କରିବା ଦାୟିତ୍ୱ ପଞ୍ଚାୟତ ପ୍ରଶାସନର | କିନ୍ତୁ ଅଭିଯୋଗ କଲାପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି | ଗୋଇମୁଣ୍ଡ ଗ୍ରାମରେ ନଳକୂପ ଗୁଡିକରେ ବର୍ଷ ବର୍ଷ ହେବ ଚାନ୍ଦିନୀ ନିର୍ମାଣ କରାଯାଇନାହିଁ | ଗତ ବର୍ଷ ଚାନ୍ଦିନୀ ନିର୍ମାଣ ଓ ମରାମତି କରିବା ନେଇ ପୁରୁଣା ଚାନ୍ଦିନୀକୁ ଖୋଲାଯାଇ ଥିଲେ ମଧ୍ୟ ନୂତନ ଚାନ୍ଦିନୀ ଏ ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ | ଚାନ୍ଦିନୀ ନ ଥିବାରୁ ମଇଳା ପାଣି ନଳକୂପ ପାଖରେ ଜମି ରହୁଥିବାରୁ ପାଣି ନେଲା ସମୟରେ ବହୁ ଅସୁବିଧା ହେଉଥିବା ଅଭିଯୋଗ ହେଉଛି | ଶୀଘ୍ର ସମସ୍ତ ନଳକୂପ ଗୁଡିକରେ ଚାନ୍ଦିନୀ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |

Comments are closed.