ଧାନ ବୋଝୋଇ ମ୍ୟାକ୍ସ ପିକ୍ଅପ ଦୁର୍ଘଟଣା ଗ୍ରସ୍ତ : ତିନି ଆହତ ଦୁଇ ମୃତ

0
160
ଧାନ ବୋଝୋଇ

ରିପୋର୍ଟ : ଗୋପୀନାଥ ଗୌଡ଼
ରାମନାଗୁଡା, (୧୪/୪) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ଧାନ ବୋଝୋଇ ମ୍ୟାକ୍ସ ପିକ୍ଅପ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଉକ୍ତ ମ୍ୟାକ୍ସ ପିକଅପ ଟି ଧାନ ବୋଝୋଇ ହୋଇ ହାତିଖାମ୍ବା ଠାରୁ ପେଣେକାମ ନିକଟସ୍ଥ ଝରା ମିଲ୍ କୁ ଯାଉଥିବା ସମୟରେ ମୀନାଝୋଲା ଓ ବାଡିସୋଲା ଗ୍ରାମ ମଧ୍ୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଉକ୍ତ ମିନିଟ୍ରକ ନମ୍ବର ଓଡି-୨୦-୩୬୭୫ ବୋଲି ଜଣାପଡିଛି ।

ଫଳରେ ଘଟଣାସ୍ଥଳରେ ଜଣେ ଯୁବକର ମୁତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଥିରେ ୩ ଜଣଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ସ୍ଥିର ରହିଥିବା ବେଳେ ଅନ୍ୟ ଜଣେ ଯୁବକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ସ୍ଥଳରେ ତେଜିୟା ମାଣ୍ଡାଙ୍ଗି ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋପୀନାଥ କୁମ୍ବ୍ରିକା ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଏହି ଉଭୟ ମୃତ ବ୍ୟକ୍ତିଙ୍କ ଘର ଭୋଇମଡା ପଞ୍ଚାୟତ ଅନ୍ତର୍ଗତ ରାମପୁର ବୋଲି ଖବର ମିଳିଛି । ଅନ୍ୟ ୩ ଗୁରୁତରଙ୍କ ମଧ୍ୟରେ ଅଞ୍ଜନ ନିମାଲା, ପୁନିଆ ନିମାଲା, ଚନ୍ଦ୍ର ନିଶାଳ ବୋଲି ସୂଚନା ମିଳିଛି । ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି ପହଞ୍ଚି ଏକ ମାମଲା ରୁଜୁ କରାଯାଇ ଘଟଣା ତଦନ୍ତ ଜାରି ରହିଛି ।