Related Contents

ଚନ୍ଦ୍ରପୋଡାରେ ସରପଞ୍ଚ ସଙ୍ଘର ବୈଠକ

ବୈପାରୀଗୁଡା(ଏନ.ସନ୍ତୋଷ): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୋଡା ଠାରେ ସରପଞ୍ଚ ସଂଘର ସଭାପତି ଭାଗିରଥି ମୁରୁଜିଆକଂ ନେତୃତ୍ୱରେ ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି |

ବୈପାରୀଗୁଡାର ମୋଟ କୋଡିଏଟି ପଞ୍ଚାୟତର ସମସ୍ତ ସରପଞ୍ଚ ଯୋଗ ଦେଇଥିଲେ | ସଙ୍ଘର ଉପଦେଷ୍ଟା ଆଇନଜୀବି ପି. ରମେଶ ପାତ୍ର ଓ ମନୋଜ ମହାପାତ୍ର ବୈଠକରେ ଯୋଗ ଦେଇ ଆଗାମୀ ଦିନରେ ବ୍ଲକର ବିଭିନ୍ନ ପ୍ରକାର ଉନ୍ନତି କିପରି କରାଯିବ ସେହି ବିଷୟରେ ଆଲୋକପାତ କରାଇଥିଲେ | ସଙ୍ଘ ତୋରଫୁରୁ ଅର୍ଥ ଆଦାୟ କରି ଶବ ବାହାକ କିଣା ହେବ ବୋଲି ଜଣାପଡିଛି | ସଙ୍ଘର ସମ୍ପାଦକ ପ୍ରଭୁଦନ ମୁଦୁଲି ବୈଠକର ଶେଷରେ ସମସ୍ତକୁଂ ଧନ୍ୟବାଦ ଦେଇଥିଲେ |

Comments are closed.