୪୭୬ ଅଧ୍ୟାପକ ପଦବୀ ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ଆବେଦନ

0
143
୪୭୬ ଅଧ୍ୟାପକ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୫/୦୪) : ବିଭିନ୍ନ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜମାନଙ୍କରେ ୪୭୬ ଅଧ୍ୟାପକ ପଦବୀ ପୂରଣ ପାଇଁ ଏସ୍‌ଏସ୍‌ବି ଓଡିଶା ଓ୍ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଛି ।

ଏପ୍ରିଲ ୧୩ ତାରିଖ ଦିନ ଗୋଟାଏ ସମୟରୁ ଏହି ଆବେଦନ ଆରମ୍ଭ ହୋଇଛି । ମେ ୧୨ ତାରିଖ ରାତି ୧୧ ଟା ୧୫ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିପାରିବେ । ଏଥିପାଇଁ ପେସ୍କେଲ୍‌ ୪୪,୯୦୦ ରୁ ୧,୪୯,୪୦୦ ଟଙ୍କା ରହିଛି । ଇତିହାସ, ଓଡ଼ିଆ, ଓ ହିନ୍ଦୀ ବିଭାଗରେ ୪୭୬ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞାପନରେ ସୂଚନା ଦିଆଯାଇଛି । ଓଡ଼ିଆରେ ୨୭୮ ଜଣ, ଇତିହାସରେ ୧୮୨, ହିନ୍ଦୀରେ ୧୬ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ ।

୪୭୬ ପଦ ମଧ୍ୟରୁ ୧୫୭ ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୦୬ ଟି, ଅନୁସୂଚିତ ଜାତିଙ୍କ ପାଇଁ ୭୭ ଟି, ୫୭ ଟି ଏସ୍‌ଇବିସି ଏବଂ ୨୩୬ ଟି ଅଧ୍ୟାପକପଦ ଅଣସଂରକ୍ଷିତ ରଖାଯାଇଛି ।

ନିମ୍ୱ ପ୍ରଦତ୍ତ ଲିଙ୍କ୍‌ରେ ଆବେଦନ ସହ ସବିଶେଷ ତଥ୍ୟ ପାଇ ପାରିବେ ।

Home New