Related Contents

ଖରା ଆରମ୍ଭରୁ ପାଣିର ସମସ୍ୟା

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ସରକାର ଗାଁ ଗାଁ କୁ ପାନୀୟ ଜଳ ଯୋଗାଇବା ବେଳେ ଜଳ କଷ୍ଟ ନ ଭୋଗିବାକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ସଠିକ କାର୍ଯ୍ୟରେ ଲାଗୁ ନ ଥିବା ଅଭିଯୋଗ ହେଉଛି | ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର ଲାଲଗଡ଼ ଭାବେ ପରିଚିତ ତଥା ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଚନ୍ଦ୍ରପୁର ବ୍ଲକର ବନ୍ଦିରୀ ଗ୍ରାମରେ |

ଶୀତ ଦିନ ଚାଲିଗଲା କିନ୍ତୁ ପାଣିରୁ ବଂଚିତ ବନଧାରୀ ଗ୍ରାମ ଏ ପର୍ଯ୍ୟନ୍ତ ଶାନ୍ତିରେ ପାଣିର ସୁବିଧା ପାଇପାରୁ ନାହାନ୍ତି | ଏଠାରେ ୬ବର୍ଷ ହେବ ପାଣି ଟାଙ୍କି ନିର୍ମାଣ ହୋଇଛି | ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଅଛି | ହେଲେ ମାତ୍ର ଦଶଦିନ ପାଣି ଆସିବା ପରେ ବନ୍ଦ ହୋଇ ପଡ଼ିରହିଛି | ନା ଆସୁଛି ପାଣି ନା ଖୋଲା ହେଉଛି ପମ୍ପ ହାଉସ | ଆଜି ପର୍ଯ୍ୟନ୍ତ ପମ୍ପ ହାଉସରେ ତାଲା ଝୁଲୁଛି | ଏଠାରେ ପାଣି ଟାଙ୍କି ଗ୍ରାମ ମଧ୍ୟକୁ ପାଇପ ଲାଇନ ଟ୍ୟୁବୱେଲ ଇତ୍ୟାଦି ଅଛି କିନ୍ତୁ ଲୋକଙ୍କୁ ଆବଶ୍ୟକ ପାଣି ପିଇବାକୁ ମିଳୁନାହିଁ | ଫଳରେ ଲୋକେ ପାନୀୟ ଜଳ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ଗ୍ରାମରେ ବଡ଼ସାହି, ସାନ ସାହି, କାଳିଆ ସାହି, ଉପର ସାହି, ଧରଣୀ ସାହି, କୁମ୍ଭାର ସାହି, ତଳ ସାହି, ଏହିପରି ୧୦ଟି ସାହି ଅଛି | ୩ ହଜାରରୁ ଉର୍ଦ୍ଧ ଅନୁସୂଚିତ ଜାତି ଜନଜାତି ବର୍ଗର ଲୋକେ ବସବାସ କରନ୍ତି | ହେଲେ ଅଛି ମାତ୍ର ୫ଟି ନଳକୂପ ତାହା ମଧ୍ୟ ଅଧିକ ସମୟ ମାରିଲେ ଯାଏ ପାଣି ଆସୁଛି | ବନ୍ଦିରୀ ଗ୍ରାମର ବାସିନ୍ଦା ମାନେ ଛୋଟରୁ ବଡ ସବୁ ନାଳ, ନଦୀକୁ ଭରସା କରନ୍ତି | ଭଲ ପାଣି କିମ୍ବା ଗାଧୋଇବାକୁ ହେଲେ ପ୍ରାୟ ୨କିମି ଯିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସି | ଏଥିପାଇଁ ନାଳ, ନଦୀର ପାଣି ଦ୍ୱାରା ପିଲାମାନଙ୍କୁ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି | ଚନ୍ଦ୍ରପୁର ସରପଞ୍ଚ ସୁଜିତ ବ୍ରେଡେକା ବାରମ୍ବାର ପ୍ରଶାସନଙ୍କୁ ସରକାରୀ ନିର୍ବାହୀ ଯନ୍ତୀଙ୍କୁ ବି ଡି ଓଙ୍କୁ ଜଣାଇଛନ୍ତି | ଗ୍ରାମବାସୀ ସରପଞ୍ଚଙ୍କୁ ପ୍ରଶାସନ ବେଖାତିର କରି ଆଜି ପର୍ଯ୍ୟନ୍ତ ପାଣିର ସମସ୍ୟା ଘେରରେ ପଡି ରହିଛନ୍ତି ବାନ୍ଧିର ଗ୍ରାମବାସି |

Comments are closed.