Related Contents

ପଦ୍ମପୁର ଉପଖଣ୍ଡରେ କୁଆପଥର ବର୍ଷା, ଉଜୁଡିଲା ଫସଲ, ଭାଙ୍ଗିଲା ଛପର

ପଦ୍ମପୁର (ଜଗବନ୍ଧୁ ସାହୁ) : ପଦ୍ମପୁର ଉପଖଣ୍ଡରେ ଦୀର୍ଘ ପଚିଶ ବର୍ଷ ପରେ କୁଆପଥର ବର୍ଷା ହେବାର ଦେଖିବାକୁ ମିଳିଛି । ପ୍ରାୟ କୋଡ଼ିଏ ମିନିଟରୁ ପଚିଶ ମିନିଟ ପର୍ଯ୍ୟନ୍ତ ହୋଇଥିବା କୁଆପଥର ବର୍ଷାଟିକୁ ଅଞ୍ଚଳବାସୀ ଖୁବ୍ ମନଭରି ଉପଭୋଗ କରିଥିଲେ ।

ସତେ ଯେମିତି ଜମ୍ମୁ କାଶ୍ମୀର ପାଲଟିଯାଇଥିଲା ପଦ୍ମପୁର ଉପଖଣ୍ଡର କନସିଂହା, ମହୁଲପାଲି, ପଦ୍ମପୁର, ଦହିତା, ଲଖମରା, ଲଉଡିଦର୍ହା, ବରିକେଲ ସମେତ ଅନ୍ୟାନ୍ୟ ବହୁ ଅଞ୍ଚଳ । ବର୍ଷା ଛାଡିବା ପରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟସ ବୟସ୍କ ସମସ୍ତେ କୁଆପଥର ଗୋଟାଇ ବହାରେ ବୁଲି ପ୍ରକୃତିର ବିରଳ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ ।

ଅନ୍ୟ ପଟେ ପ୍ରକୃତିର ଏତାଦୃଶ ଅଦିନିଆ କୁଆପଥର ମାଡ଼ରେ ଉପଖଣ୍ଡର ବହୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ ଛପର ଘର ର ଛାତର ଖପରା ସବୁ ଭାଙ୍ଗି ଯାଇଥିବା ତଥା ପନପରିବା ଚାଷ (ଟମାଟର,ବାଇଗଣ, ପିଆଜ, ଭେଣ୍ଡି ଇତ୍ୟାଦି) ଓ ଧାନଫସଲ ପ୍ରଭୃତି ବହୁଳ ପରିମାଣରେ କ୍ଷୟକ୍ଷତି ହୋଇଅଛି । ବିଗତ ବର୍ଷର ମରୁଡ଼ି ଜନିତ କ୍ଷୟକ୍ଷତି ଏ ପର୍ଯ୍ୟନ୍ତ ମନରୁ ଲିଭି ନଥିବା ବେଳେ ରବି ଫସଲ ଉଜୁଡି ଯାଇଥିବା ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ପ୍ରଶାସନ ଏସବୁ କୁ ଦୃଷ୍ଟିରେ ରଖି ସଠିକ ଭାବରେ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଦାବୀ ହେଇଛି ।

Comments are closed.