Friday, March 29, 2024

Top 5 This Week

Related Posts

ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ ବିନିକାରେ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୪/୪) : ସୁବର୍ଣ୍ଣପୁର ଜିଲ୍ଲା ର ବିନିକାରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି ।

ଏସ କେ ଇ ଏସ ୟୂ ତରଫରୁ ଅନୁଷ୍ଠିତ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳନ ପୂର୍ବରୁ ଆମ୍ବେଦକର ପ୍ରେମୀ କର୍ମକର୍ତ୍ତା ମାନେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପରେ ସିଦ୍ଧାର୍ଥ କଲେଜ ଠାରେ କମିଟି ସଭାପତି ବିନୋଦ କୁମ୍ବାରଙ୍କ ସଭାପତିତ୍ୱରେ ଓ ଭବାନି ଜଗଦଲାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, ମୁଖ୍ୟବକ୍ତା ଅର୍ଥନୀତି ଅଧ୍ୟାପକ ଦେବାଶିଷ ପଧାନ, ସମ୍ମାନିତ ଅତିଥି ସନ୍ତୋଷ ବିଭାର, ବିରଞ୍ଚି କୁଅଁର, ଅଚ୍ୟୁତ ଛତ୍ର, ବିନୋଦ ବିହାରୀ ନାଏକ, ବରୁଣ ସୁନା, ମହେନ୍ଦ୍ର ସୁନା ପ୍ରମୁଖ ଯୋଗଦେଇ ଆମ୍ବେଦକର ଙ୍କ ଭାରତ ପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ ।

Popular Articles