Related Contents

ବିଜେଡି ପାର୍ଥି ଚକ୍ରମଣିକୁ ବିପୁଳ ସମ୍ବର୍ଦ୍ଧନା ବାଲିଗୁଡାରେ

ବାଲିଗୁଡା(ବିଭୁତି ଲହରିଆ): ଆଜି ସକାଳେ ଭୂବନେଶ୍ବରରୁ ବିଜେଡି ଟିକେଟ ଧରି ଫେରିବାପରେ ବଣ୍ଡଗୁଡା ଶିବ ମନ୍ଦିରରେ ପୂଜାର୍ଚନାକରି ନିଜର ସମର୍ଥକ ଗହଣରେ ଏକ ବାଇକ୍ ରାଲିରେ ବାହାରି ସାରଂଗଡ କ.ନୂଆଗାଁ ବାଲିଗୁଡା ତୁମୁଡିବନ୍ଧ ଦେଇ କୋଟଗଡ଼ରେ ପହଞ୍ଚିଥିଲେ |

ନିର୍ବାଚନ ମଣ୍ଡଳୀରେ ଦଳୀୟ ସଭାପତି କର୍ମୀ ଓ ସାଧାରଣ ଲୋକେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଅଞ୍ଚଳର ବିକାଶ ପାଇଁ ବହୁ ସଂଖ୍ୟାରେ ଭୋଟ ଦେବାପାଇଁ ସଂକଳ୍ପ ନେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କ.ନୂଆଗାଁ ବିଜେଡି ବ୍ଲକ ସଭାପତି ବାସୁଦେବ ପଣ୍ଡା ଜିଲ୍ଲା ସଂପାଦକ କୃଷ୍ଣ ମୋହନ ପାଣିଗ୍ରାହି ଅଶୋକ ପାତ୍ର ଅଶ୍ବୀନି କୁମାର ପାତ୍ର ପୁରସ୍ତମ ସାହୁ ଚନ୍ଦ୍ର ଶେଖର ପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ । କନ୍ଧମାଳଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁରଙ୍କୁ ସାରଂଗଡ ସମେତ ବାଲିଗୁଡା ତୁମୁଡିବନ୍ଧ କୋଟଗଡ଼ରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ବାଲିଗୁଡା ନିର୍ବାଚନ ମଣ୍ଡଳୀର ୮୨ସଂରକ୍ଷିତ ବିଧାୟକ ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଚକ୍ରମଣି କହଁରଙ୍କୁ ଦଳୀୟ ଟିକେଟ୍ ମିଳିବା ପରେ କ.ନୂଆଗାଁ ସମେତ ନିଜ ଗାଁ ସାଇନ ପଡା ଗାଁରେ ଖୁସିର ଲହରୀ ଖେଳିଯାଇଛି | ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ମିଳିବ ଏବଂ ବିଧାୟକ ଆସନରେ ବିଜୟୀ ହେବେ ବୋଲି ଚକ୍ରମଣି ଆଶାବାଦୀ ଅଛନ୍ତି ।

Comments are closed.