Related Contents

ସାଂସଦ ପ୍ରାର୍ଥୀଙ୍କୁ କୋର୍ଟ ଚାଲାଣ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ନିର୍ବାଚନ ପାଖେଇଆସିଲାଣି | ୧୮ତାରିଖରୁ ନାମାଙ୍କନ ପତ୍ର ଦାଖଲ ପାଇଁ ତାରିଖ ଧାର୍ଯ୍ୟ ହୋଇଛି |

ତେଣୁ ବିଭିନ୍ନ ଦଳୀୟ ଚିହ୍ନରେ ପ୍ରାର୍ଥୀ ହେବ ପାଇଁ ନେତାମାନେ ଥାନାରେ କୌଣସି ମାମଲା ନ ଥିବା ଏନଓସି ସାର୍ଟିଫିକେଟର ଆବଶ୍ୟକତା ଥିବାରୁ ପ୍ରାର୍ଥୀମାନେ ଏବେ ଥାନାରେ ଗହଳି କରିଛନ୍ତି | ବୈପାରୀଗୁଡା ଥାନାରେ ଆଜି ଏକ ଦଳୀୟ ଚିହ୍ନରେ କୋରାପୁଟ ସାଂସଦ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ ପାଇଁ ବୈପାରୀଗୁଡା ଥାନା ଅନ୍ତର୍ଗତ କାଠପଡ଼ ପଂଚାୟତ ଡୁମୁରିଗୁଡା ଗ୍ରାମର ସାଧୁ ସୀସା ପିତା ବିଙ୍ଗ ସୀସା ଆଜି ବୈପାରୀଗୁଡା ଥାନାରେ ଏନ ଓ ସି ପାଇଁ ଯାଇଥିବା ସମୟରେ ବନ୍ଧା ହୋଇ ଜେଲ ଯିବା ଘଟଣା ସ୍ଥାନୀୟ ଅଂଚଳରେ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି |

ବୈପାରୀଗୁଡା ଥାନା ଅଧିକାରୀ ରମେଶ କୁମାର ଦେବତା ଙ୍କ କହିବା ଅନୁଯାୟୀ ୨୦୧୦ ମସିହାରୁ ସାଧୁ ସୀସାଙ୍କ ନାମରେ ନାମରେ ବୈପାରୀଗୁଡା ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ ସାଧୁ ସୀସା ଙ୍କ ନାମରେ ୱାରେଣ୍ଟ ରହିଥିବାରୁ ପୋଲିସ ସାଧୁ ସୀସାଙ୍କୁ ପୋଲିସ ଖୋଜୁଥିବା ବେଳେ ଆଜି ସାଧୁ ନିଜେ ପୋଲିସ ଥାନା ଆସିବା ସମୟରେ ପୋଲିସ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି |

Comments are closed.