ଡଃ ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

0
205
ଡଃ ବି.ଆର.

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୪/୦୪) : ଆଜି ଡଃ ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସକାଳ ୭ ଘଟିକା ସମୟରେ ଏଲ.ଆଇ.ସି. କଲୋନୀ ସ୍ଥିତ ଗାଈଗୋଠ ପଡିଆଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଇଂ. ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସାନିଟେସନ ଏକ୍ସପର୍ଟ, ସୁନୀଲ କୁମାର ପ୍ରଧାନଙ୍କ ସହଯୋଗରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସମସ୍ତ ସ୍ଵଚ୍ଛ ସାଥି, ପରିମଳ କର୍ମଚାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଏବଂ ଏନ.ଏ.ସି. କର୍ମଚାରୀ ସଫେଇ କାମ କରିବା ସହିତ ବସ୍ତି ବାସିନ୍ଦାଙ୍କୁ ସ୍ଵଚ୍ଛତାର ବାର୍ତ୍ତା ପ୍ରେରଣ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଯୋଗଦେଇ ତହସିଲ କାର୍ଯ୍ୟାଳୟ ଛକ ସ୍ଥିତ ଡଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ପଦାଧିକାରୀ, କର୍ମଚାରୀ, ଏନ.ଏ.ସି. କର୍ମଚାରୀ, ବୌଦ୍ଧ ଜିଲ୍ଲା ପାଣ, ଗଣ୍ଡା ସମାଜ ବିକାଶ ପରିଷଦର କର୍ମକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ସାମୁହିକ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟଠାରେ ଉଚ୍ଚ ବିଦ୍ୟାଳୟ/ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି ।b ଡଃ ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ଏଥିରେ ବିଚାରକ ଭାବେ ଡଃ ପ୍ରବୀର ଦାସ, ଅଧ୍ୟାପକ, କାର୍ତ୍ତିକେଶ୍ଵର ନାଏକ, ପ୍ରଧାନ ଶିକ୍ଷକ, ନବକିଶୋର ଦୀପ, ସହକାରୀ ଶିକ୍ଷକ, ଚିତ୍ତରଞ୍ଜନ ଦାସ, ଓକିଲ ସିନିୟର ସ୍ତରରେ ଏବଂ ଜ୍ଞାନଚାନ୍ଦ ଶତପଥି, ସହକାରୀ ଶିକ୍ଷକ, ସନ୍ତୋଷ କୁମାର କର୍ଣ୍ଣ, ସି.ଆର.ସି.ସି., ରମେଶ ପ୍ରସାଦ ମେହେର, ସାହିତ୍ୟିକ, ବିଜୟ କୁମାର ସାହୁ, ସହକାରୀ ଶିକ୍ଷକ ଜୁନିୟର ସ୍ତରର ବିଚାରକ କାର୍ଯ୍ୟ ତୁଲାଇ ଥିଲେ ।

ପରେ ପରେ ପୁରସ୍କାର ବତରଣୀ ସଭା ଅନୁଷ୍ଠିତ ହୋଇଥିଲା । ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକୃତା ପ୍ରତିଯୋଗିତାରେ ଆର୍ଯ୍ୟ ନାରାୟଣ ଦେବ, ସେଣ୍ଟ ଜାଭିୟର ସ୍କୁଲ – ପ୍ରଥମ, ରାଜଶ୍ରୀ ମହାପାତ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର – ଦ୍ଵିତୀୟ , ସଂତୃପ୍ତି ସାହୁ , କେନ୍ଦ୍ରୀୟ ବିଦ୍ୟାଳୟ – ତୃତୀୟ, ସେହିଭଳି ଉଚ୍ଚ ବିଦ୍ୟାଳୟ ସ୍ତରୀୟରେ ଅଭିଲିପ୍ସା ମହାନ୍ତି, ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲ – ପ୍ରଥମ, ଆର୍ଚୀ ଚିନ୍ମୟୀ ପ୍ରଧାନ, ସେଣ୍ଟ ଜାଭିୟର ସ୍କୁଲ – ଦ୍ଵିତୀୟ, ଏବଂ ମନିଷା ରାଣୀ ପୁରୋହିତ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏବଂ ଶ୍ରୀୟାଶ୍ରୀ ମେହେର, ଓଡିଶା ଆଦର୍ଶ ବିଦ୍ୟାଳୟ – ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।c ଡଃ ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁକ୍ରୁ ସ୍ଵାଇଁ, ସହକାରୀ ଜିଲ୍ଲାପାଳ, ବୀରଞ୍ଚି ଧରୁଆ, ପ୍ରବୀର ଦାସ, ଅଧ୍ୟାପକ, ବିଚାରକବୃନ୍ଦ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବାର୍ତ୍ତା ପ୍ରଦାନ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀମତୀ ଦଳବେହରା ଡଃ ବି.ଆର. ଆମ୍ବେଦକରଙ୍କ ସ୍ମୁତୀ ଚାରଣ କରିଥିଲେ ଏବଂ “ମଣିଷ ଜୀବନ ଦୀର୍ଘ ନ ହୋଇ ମହାନ ହେବା ଉଚିତ” ବୋଲି ବକ୍ତବ୍ୟ ଦେବା ସହ “ଜୀବନ ଆରମ୍ଭ ଭାରତୀୟ ଶେଷ ମଧ୍ୟ ଭାରତୀୟ” ଏଣୁ ଭାରତୀୟ ସମ୍ବିଧାନକୁ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରୀତାକାନ୍ତି ବଳିୟାରସିଂହ ସ୍ଵାଗତ ଭାଷଣ ସହ ସ୍ଵରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ବ୍ଲକ କଳା ସାଂସ୍କୃତିକ ସଂଘର ଉପସଭାପତି ସ୍ଵାଧୀନ କୁମାର ପରିଡା, ବସନ୍ତ ସାହୁ, ପ୍ର.ଶି. ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ମଣ୍ଟୁ ପାଣ୍ଡେ, ଯୁଧିଷ୍ଠିର ପ୍ରଧାନି, ଅକ୍ଷୟ କୁମାର ମହାକୁଡ, ସୁବାସିନୀ ସେଠୀ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।