ମେରୁଯାତ୍ରା ଉଦଯାପିତ, ବହୁ ସଂଖ୍ୟାରେ ଭକ୍ତମାନଙ୍କ ସମାଗମ

0
184
ମେରୁଯାତ୍ରା

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୪/୦୪) : ଆଜି ପବିତ୍ର ଚୈତ୍ରମାସ ର ବିଷୁବ ସଂକ୍ରାନ୍ତି | ଏହାକୁ ଗଣ ଭାଷାରେ ମେରୁ ସଂକ୍ରାନ୍ତି ବା ମେରୁଯାତ୍ରା, ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ | ଏହି ଚୈତ୍ର ମାସ ଏକ ପବିତ୍ର ଶୈବ ଓ ଶାକ୍ତ ଏବଂ ଧାର୍ମିକ ମାସ | ଗଣପର୍ବ ଦଣ୍ଡ ଯାତ୍ରା ଏହି ମାସରେ ଗାଁ ଠୁ ସହର ସବୁଠି ପାଳିତ ହୋଇଥାଏ |a ମେରୁଯାତ୍ରା ଉଦଯାପିତ, ବହୁ ସଂଖ୍ୟାରେ ଭକ୍ତମାନଙ୍କ ସମାଗମ

ସେହିଭଳି ଆଜି ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକ ରେ ଏହି ମେରୁଯାତ୍ରା ବହୁ ଆଡମ୍ବର ରେ ପାଳିତ ହେଉଛି | କରୋନା ମହାମାରୀ ସକାଶେ ବିଗତ ଦୁଇବର୍ଷ ଏହି ଦଣ୍ଡ ଯାତ୍ରା ବନ୍ଦ ଥିଲା | କିନ୍ତୁ ଚଳିତ ବର୍ଷ କଟକଣା ଟିକିଏ କମିଯିବାରୁ ଏହି ପର୍ବ ରେ ଶହଶହ ଭକ୍ତ, ଉପସିଆ, ମାନେ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା | ଏହି ଦଣ୍ଡଯାତ୍ରା ଶୈବ ଶାକ୍ତ ଉପାସନା ସହିତ ମନରଞ୍ଜନ ର ଏହା ମାଧ୍ୟମ ଅଟେ | ହରଭଙ୍ଗା ବ୍ଲକ ହରଭଙ୍ଗା ରେ ଆଜି ମା ରୁଦ୍ରକାଳୀ ଦୀନ ୧୨ ଘଣ୍ଟା ସମୟରେ ଗାଁ କୁ ପ୍ରବେଶ କରିଥିଲେ |

ଏହି ଅବସରରେ ସହ ସହ ଭକ୍ତ, ମାନସିକ ଧାରୀ ମହା ଆଡମ୍ବର ରେ ମା ଙ୍କୁ ବରଣ କରିଥିଲେ | ହରଭଙ୍ଗା ର ସାଇ ଅନୁଷ୍ଠାନ, ୟୁଥ କ୍ଳବ, ଓଡିଶା ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ଏହି ମେରୁ ଯାତ୍ରା ରେ ଶ୍ରାଦ୍ଧଳୁ ଭକ୍ତ, ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ, ଜଳ ଖିଆ, ସର୍ବତ, ପାଣ ବଣ୍ଟନ କରିଥିଲେ | ସେହିଭଳି ବ୍ଲକ ର ଧଳପୁର, ଲୋକାପଡା, ଶରଧା ପୁର, ତିଲେଶ୍ୱର, କରଡ଼ି, ଘୋରଡ଼ା, ସରସରା, ବିରାମଚନ୍ଦ୍ର ପୁର, ରାଣୀଗଞ୍ଜ, ମଥୁରା ଇତ୍ୟାଦି ଗ୍ରାମ ଗୁଡିକରେ ମଧ୍ୟ ଏହି ମେରୁ ସଂକ୍ରାନ୍ତି ପାଳିତ ହୋଇଛି |

ଏହି ମେରୁ ଯାତ୍ରାର ଆଉ ଏକ ବିଶେଷ ଆକର୍ଷଣ ଝାମୁ ଯାତ୍ରା!ମେରୁଯାତ୍ର ଅବସରରେ ତିଲେଶ୍ୱର ଠାରେ ତେର ଭୋକ୍ତା, ମାନସିକ ଧାରୀ ମାନେ ଝାମୁ (ତତଲା ନିଆଁ )ରେ ଉପରେ ଭକ୍ତିର ସହିତ ଚାଲି ମେରୁଯାତ୍ର ପାଳନ କରିଛନ୍ତି |