Related Contents

ନଦୀରେ ନିଖୋଜ ଯୁବକ ଶବ ଉଦ୍ଧାର

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ପଞ୍ଚାୟତର ଅଁଲାଗୁଡା ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଛି |

ଉକ୍ତ ଗ୍ରାମର ଜଣେ ଯୁବକ ମରଶରୀର ଆଜି ବୈପାରୀଗୁଡା ପୋଲିସ ଗ୍ରାମବାସୀଙ୍କ ସାହାଯ୍ୟରେ କୋଲାବ ନଦୀରୁ ଉଦ୍ଧାର କରିଛି | ସୂଚନାରୁ ପ୍ରକାଶଯେ ସେହି ଗ୍ରାମର ଶୁକ୍ରା ଭୂମିୟାଙ୍କ ପୁଅ ତ୍ରିନାଥ ଭୂମିୟା (୪୦) ଜଣେ ବାଉଶ କାରିଗର ହେତୁ ବାଉଶ ସଂଗ୍ରହ ପାଇଁ ଗାଁ ଠାରୁ ପାଞ୍ଚ କି.ମି ଦୂରରେ ନଦୀ ଆର ପାରିକି ଯାଇଥିଲେ | କିନ୍ତୁ ରାତି ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଆରଦିନ ସକାଳୁ ଖୋଜିବା ଆରମ୍ଭ କରି ନିରାଶ ପରେ ଆଜି ସକାଳେ ଗାଁ ଲୋକେ ମରଶରୀରକୁ ନଦୀରେ ଭାଶୁଥିବା ଦେଖି ପୋଲିସକୁ ଖବର ପରେ ମରଶରୀରକୁ ଆମ୍ବୁଲାନ୍ସରେ ବୈପାରୀଗୁଡାକୁ ଆଣି ଶବ ବ୍ୟବଛେଦ କରାଯାଇଛି | ସେ ଗତ ୧୬ତାରିଖରୁ ନିଖୋଜ ଥିଲେ ଓ ଆଜି ୧୯ତାରିଖରେ ତାଙ୍କ ଶବ ଉଦ୍ଧାର ହୋଇଛି | ରାମଗିରି ଫାଣ୍ଡି ଅଧିକାରୀ ସୁବ୍ରତ ପାଣିଗ୍ରାହୀ ଘଟଣାର ତଦନ୍ତ କରୁଥିବାର ଜଣାପଡିଛି |

Comments are closed.