ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ ବି.ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

0
168
ଭବାନୀପାଟଣା ଠାରେ

ରିପୋର୍ଟ : ଦେବଦତ୍ତ ପଣ୍ଡା //
କଲାହାଣ୍ଡି, ତା.(୧୪/୦୪) : ଆଜି ଭବାନୀପାଟଣା ଠାରେ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ବାବା ସାହେବ୍ ଡ ବି ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସ୍ମୃତିସଭା ଓ ଆଲୋଚନା ପୂର୍ବକ ମହା ସମାରୋହରେ ପାଳିତ ହୋଇଯାଇଛି ।

ଭବାନୀପାଟଣା ଠାରେ ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସଙ୍ଗେ ସଙ୍ଗେ ସମ୍ମାନିତ ଅତିଥି ରୂପେ ଡ ଶ୍ରବଣା ବିବେକ ଏମ, ଆରକ୍ଷୀ ଅଧିକ୍ଷକ, କଳାହାଣ୍ଡି, ଶ୍ରୀ ସୋମେଶ ଉପାଧ୍ୟାୟ, ପି ଡି ଡି ଆର୍ ଡି ଏ, କଳାହାଣ୍ଡି, ଡ ବିଶ୍ୱଜିତ୍ ଦାସ , ଉପ ଜିଲ୍ଲାପାଳ, ଭବାନୀପାଟଣା, ଶ୍ରୀମତୀ ସଂଯୁକ୍ତା ବେହେରା, ଅଧକ୍ଷା, ପୌର ପରିଷଦ, ଭବାନୀପାଟଣା ପ୍ରମୁଖ ଯୋଗ ଦେଇଥିଲେ ।9ef74339 f942 41f9 86d3 5583832cd40e ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ ବି.ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ମୂଖ୍ୟବକ୍ତା ରୂପେ ଶ୍ରୀ ଭବାନୀ ଶଙ୍କର ନିଆଲ, ଅଧ୍ୟକ୍ଷ, ଡ ଆମ୍ବେଦକର ଫାଉଣ୍ଡେସନ ତଥା ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ, ଅଧ୍ୟକ୍ଷ,ସତ୍ୟ ସାଇ ବିଦ୍ୟା ମନ୍ଦିର ଯୋଗ ଦେଇଥିଲେ। ସଭାରେ ଡ ଆମ୍ବେଦକରଙ୍କ ଫଟୋଚିତ୍ର ରେ ଅତିଥି ମାନେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ଵାଗତ ଜଣାଇ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ ।

ଜୟନ୍ତୀ ପାଳନ ଅବସରରେ ସକାଳ ୭.୩୦ ମି ସମୟରେ ପ୍ରଶାସନ ତରଫରୁ ଆୟୋଜିତ ନକ୍ଟିଗୁଡା ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ତଥା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପ୍ରତିମୂର୍ତ୍ତି ରେ ଅତିଥିଗଣ ଓ ଟାଉନ୍ ହାଇସ୍କଲ, ବ୍ରଜ ମୋହନ ହାଇସ୍କୁଲ ର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନରୁ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ । ସେଭଳି ରେଲୱେ ଷ୍ଟେସନ ଛକ ସ୍ତିତ ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀରେ ପୋଲିସ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାଲ୍ୟାର୍ପଣ କରିଥିଲେ ।68c708ae e14f 4acc 9e6c 2bdb3d954a32 ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ ବି.ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ ଗାଭାଲି ଉପସ୍ଥିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ସମ୍ବୋଧିତ କରି ଆମ୍ବେଦକର ଙ୍କ ସଂଘର୍ଷମୟ ଜୀବନ ଓ ଶିକ୍ଷା ପ୍ରତି ନିଷ୍ଠାକୁ ପାଥେୟ କରି ଜୀବନରେ କିଛି ହାସଲ କରିବାକୁ ହେଲେ ଏହି ମହାପୁରୁଷ ଙ୍କ ଆତ୍ମଜୀବନୀ ପଠନ ପୂର୍ବକ ତାଙ୍କର ନୀତି କୁ ଅନୁଧ୍ୟାନ କରିବାକୁ କହିଥିଲେ ।

ମୁଖ୍ୟବକ୍ତା ଓ ଅନ୍ୟ ଅତିଥି ଗଣ ନିଜ ଅଭିଭାଷଣ ରେ ଆମ୍ବେଦକର ଙ୍କ ଅସାଧରଣ ବ୍ୟକ୍ତିତ୍ଵ, ସମାଜ ସଂସ୍କାରକ, ରାଜନୈତିକ, ପାଣ୍ଡିତ୍ୟ, ସାମାଜିକ ନ୍ୟାୟ, ମହିଳାଙ୍କ ଅଧିକାର, ସାମାଜିକ ଗଣତନ୍ତ୍ର ଓ ସମ୍ବିଧାନ ପ୍ରଣୟନ ଉପରେ ମତ ରଖି ତାଙ୍କର ଦେଶ ପ୍ରତି ମହାନ୍ ଅବଦାନ କୁ ସ୍ମରଣ କରିଥିଲେ ।38cc8791 cb85 47f8 a7a5 d04ed989669c ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ ବି.ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ଏହି ଉପଲକ୍ଷେ ଗତ ୧୨.୪.୨୦୨୨ ରିଖ ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟ ରେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତର ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ,ଅଧ୍ୟାପକ, ଗଣମାଧ୍ୟମ ପ୍ରିତିନିଧି, ବିଭିନ୍ନ ଅନୁଷ୍ଠାନ ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ ଯାଇ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ, ହରିଜନ କଲ୍ୟାଣ ସମିତି ର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଭାର ଆୟୋଜନ, ସଞ୍ଚାଳନ ତଥା ଧନ୍ୟବାଦ୍ ଅର୍ପଣ କରିଥିଲେ ।