ମାଁ ଵାଙ୍ଗାରୀମାଙ୍କ ଐତିହାସିକ ଘଟଯାତ୍ରା ସମାପନ

0
182
ମାଁ ଵାଙ୍ଗାରୀମାଙ୍କ

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣୁପୁର, (୧୪/୦୪) : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ଗ୍ରାମ ର ମାଁ ଵାଙ୍ଗାରୀମାଙ୍କ ଐତିହାସିକ ଘଟଯାତ୍ରା ସମାପନ ହୋଇଯାଇଛି । ଦିର୍ଘ ଛଅ ବର୍ଷ ପରେ ଘର ଘର ବୁଲି ପୁଜା ପାଇଲେ ମାଁ ବାଙ୍ଗାରିମା ।b65dda04 e7f4 48fa bb7a f2195ab743c6 ମାଁ ଵାଙ୍ଗାରୀମାଙ୍କ ଐତିହାସିକ ଘଟଯାତ୍ରା ସମାପନ

କରୋନା କଟକଣା ଯୋଗୁଁ ବନ୍ଦ ରହିଥିବା ମାଁ ଵାଙ୍ଗାରୀମାଙ୍କ ଘଟଯାତ୍ରା ଏବର୍ଷ ଵହୁ ଆଡମ୍ବର ସହକାରେ ପାଳନ କରାଯାଇଛି । ନଅ ଦିନ ବ୍ୟାପୀ ଚାଲିଥିଲା ମାଆଙ୍କ ଏହି ଘଟପର୍ଵରେ ଶତାଧିକ ମହିଳା ଓ ପୁରୁଷ କଳସ ବା ଘଟକୁ ମୁଣ୍ଡରେ ଧରି ଘର ଘର ବୁଲି ଥିଲେ । ଘର ଆଗରେ ମାଆଙ୍କୁ ଧୂପ, ଦୀପ, ଚନ୍ଦନ, ସିନ୍ଦୁର, ଝୁଣା ଓ ଫୁଲ ଦେଇ ପୂଜାର୍ଚ୍ଚନା କରାଯାଇଥିଲା । ଵାଦ୍ୟ ଵାଜଣା ଓ ତୂରିଭେରିର ଶବ୍ଦରେ ଗୋଠଳପଦର ଗ୍ରାମ ପ୍ରକମ୍ପିତ ହେଉଥିବା ଦେଖାଯାଇଛି ।5199628b d1b4 4b11 b5bf c5f10823ea01 ମାଁ ଵାଙ୍ଗାରୀମାଙ୍କ ଐତିହାସିକ ଘଟଯାତ୍ରା ସମାପନ

ଗ୍ରାମବାସୀ ମାନଙ୍କ ଭଳିକି ଭଳି ନୃତ୍ୟ ଗାଁ କୁ ଆସିଥିବା ଅତିଥି ମାନଙ୍କ ମନ ମୋହୁଥିଵା ଦେଖିବାକୁ ମିଳିଛି ‌। ସୁଦୁର ଗଞ୍ଜାମ ଜିଲ୍ଲାରୁ ଆସିଥିବା ପୈାରାଣିକ “ରାମାୟଣ” ନାଟକର ପରିବେଷଣ ଯୁବପିଢିକୁ ପୈାରାଣିକ ଵିଷୟରେ ଜାଣିବାକୁ ଆକୃଷ୍ଟ କରିଥିଲା । ନଅ ଦିନ ଧରି ଚାଲିଥିବା ମାଆଙ୍କ କଳସ ଯାତ୍ରାରେ ଵହୁ ଦୂର ଦୂରାନ୍ତରୁ ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ଯୋଗଦେଇଥିଲେ ।

ମାନସିକ କରିଥିବା ଭକ୍ତମାନେ ନିଜ ନିଜ କଳସ ମୁଣ୍ଡରେ ଧରି ଵାଦ୍ୟ , ମହୁରି ଓ ସଂକୀର୍ତ୍ତନ ତାଳେ ତାଳେ ନୃତ୍ୟ କରୁଥିବା ଦୃଶ୍ୟ ଅତ୍ୟନ୍ତ ମନୋହର ଥିଲା । ଶେଷରେ ଗ୍ରାମବାସୀ ମାନେ ମାଁ ବାଙ୍ଗାରୀମାଙ୍କ କୃପା ଭିକ୍ଷା କରି କଳସ ଯାତ୍ରାର ସମାପନ କରିଥିଲେ ।